ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ସଂଘର ବନ୍ଧୁ ମିଳନ
ହାଟଡିହି (ଓ୍ବାଇଏନଏସ): ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ସଂଘର ବନ୍ଧୁ ମିଳନ ଉତ୍ସବ ହଡ଼ଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦୟାନିଧି ରାଉତ ଙ୍କ ସଭାପତିତ୍ୱ ରେ ଅନିଷ୍ଠିତ ଏହି କାର୍ଯ୍ୟକ୍ରମରେ ପରଲୋକ ଗତ ଶିକ୍ଷକ ସ୍ବର୍ଗତ ଗୋପାଳ ରାଉତ, ମହେନ୍ଦ୍ର ଦାସ, ପରୀକ୍ଷିତ ସ୍ୱାଇଁ, ଜଗନ୍ନାଥ ବେହେରା, କୋଦଣ୍ଡ ଧର ଜେନାଙ୍କ ଅମର ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଦ୍ରୋଣାଚାର୍ଯ୍ୟ ଉପାଧିରେ ସମ୍ମାନିତ ହୋଇଥିବା ଭୋଗରାଇ ବ୍ଲକର ପୂର୍ବତନ ବିଇଓ କମଳ ଲୋଚନ ବିଶ୍ୱାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସଂଘର ସମ୍ପାଦକ ପୂର୍ବତନ ବିଇଓ ଧନେଶ୍ୱର ଖଣ୍ଡେଇ ବିବରଣୀ ପାଠ କରିଥିଲେ। ପୂର୍ବ ବର୍ଷ ମାନଙ୍କରେ ସଂଘ ପକ୍ଷରୁ ହୋଇଥିବା ସାମାଜିକ କାର୍ଯ୍ୟ ଗୁଡିକ ଜନାଦୃତ ହୋଇ ଥିବାରୁ ଆଗାମୀ ଦିନରେ ସଂଘଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ଉପରେ ବରିଷ୍ଠ ଉପଦେଷ୍ଟା କମଳ ଲୋଚନ ବିଶ୍ୱାଳ ଗୁରୁତ୍ୱାରୋପ କରିଥିଲେ। ହାଟଡିହି ଠାରେ ସଂଘ ପକ୍ଷରୁ କ୍ରୟ କରାଯାଇଥିବା ଜମି ଉପରେ ସଂଘର ଏକ ଗୃହ ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବାଳକୃଷ୍ଣ ରାଉତ, ଅନ୍ତର୍ଯ୍ୟାମୀ ରାଉତ, ହରମୋହନ ପଣ୍ଡା, ନବ କିଶୋର ଜେନା, ଯଯାତି ରାଉତ, ମଧୁ ସୁଦନ ରାଉତ, ଅଲେଖ ପହି, ଭୀମସେନ ମଲ୍ଲିକ, ଉପେନ୍ଦ୍ର ମଲ୍ଲିକ, ଅମୁଲ୍ୟ ମିଶ୍ର, ଅନାଦି ବେହେରା, ରାମଚନ୍ଦ୍ର ମହାନ୍ତ, ବିଜୟ ଜେନା, ଅଲେଖ ପରିଡ଼ାଙ୍କ ସମେତ ପଚାଶରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ। ପ୍ରତି ଚାରିମାସରେ ଥରେ ଏହି ବୈଠକ କରାଯିବାକୁ ନିଷ୍ପତି ହୋଇଥିଲା।


