ନୀଳକଣ୍ଠେଶ୍ୱର ମନ୍ଦିର ପ୍ରତିଷ୍ଠା
ଭୁବନେଶ୍ୱର, (ଓ୍ବାଇଏନଏସ) : ଭୁବନେଶ୍ୱର ଶିଶୁପାଳଗଡ଼ସ୍ଥିତ ପଦ୍ମନଗରରେ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିନିଦିନବ୍ୟାପୀ ଏକ ଯଜ୍ଞ ଅନୁଷ୍ଠିତ ହେବା ସହ ମନ୍ଦିର ଟ୍ରଷ୍ଟର ସଭାପତି ସରୋଜ କୁମାର ପରିଡ଼ାଙ୍କ ମାର୍ଗଦଶନରେ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରୋଜ ସାହୁ, କେଦାର ନାଥ ଷଡ଼ଙ୍ଗୀ, ଅଜୟ ସେଠି, ନବକିଶୋର ସାହୁ, ନୃସିଂହ ତରାଇ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହଯୋଗ କରିଥିଲେ। ରାତି ୧୦ ଘଟିକା ସମୟରେ ନୀଳକଣ୍ଠେଶ୍ୱରଙ୍କ ମହାଦୀପ ଉଠିଥିଲା। ଆଖପାଖର ଶହସ୍ରାଧିକ ଭକ୍ତ ସେମାନଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରି ଦୀପଦାନ କରିଥିଲେ। ପ୍ରସାଦ ସେବନ ବ୍ୟବସ୍ଥାକୁ ଜୟନ୍ତ ଗିରି, ବଳରାମ ଓଝା, ରାଜୀବ ମହାରଣା, ମିତାରାଣୀ ପରିଡ଼ା ଓ ସଞ୍ଜୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ।


