ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ

ହାଟଡିହି (ଓ୍ବାଇଏନଏସ): ଓଡ଼ିଶାର ଜନ ନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ବିଷୟରେ ଦାୟିତ୍ୱ ହୀନ ମନ୍ତବ୍ୟକୁ ନେଇ ଯୁବ, ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହିତ ସାଂସଦ ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ହାଟଡିହି ବ୍ଲକ ଶାଳଣିଆଁ ଠାରେ  ୩୭ ନଂ ଜୋନର ଜିଲ୍ଲାପରିଷଦ  ବିମ୍ବାଧର ବିଶ୍ୱାଳ, ବିଜୁ ଛାତ୍ର ଜନତା ଦଳର ସଭାପତି ଅମରେନ୍ଦ୍ର ଧଳ, ଜିଲ୍ଲା ସମ୍ପାଦକ ବୀରେନ୍ଦ୍ର କୁମାର ବିଶ୍ୱାଳ, ଦୀପ୍ତି ରଞ୍ଜନ ଦାସ,ସମେତ ଶହ ଶହ ଯୁବ, ଛାତ୍ର ଏକାଠି ହୋଇ ନିଶିକାନ୍ତ ଦୁବେଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଜୁ ବାବୁ କେବଳ ଏକ ନାମ ନୁହେଁ, ସେ ଓଡ଼ିଆଙ୍କ ଗର୍ବ, ସେ ଇତିହାସ, ସେ ଓଡ଼ିଆଙ୍କ ଆତ୍ମସମ୍ମାନ, ତେଣୁ ତାଙ୍କୁ ଅପମାନ ସମଗ୍ର ଓଡ଼ିଆଙ୍କ ପାଇଁ ଅପମାନ, ତେଣୁ  ଯଥାଶୀଘ୍ର କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଥିଲେ । ଇତିହାସକୁ ନ ଜାଣି ପ୍ରବାଦ ପୁରୁଷ ମହାନ ଜନନାୟକ ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ବିରୁଦ୍ଧରେ ଆଜି ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଛି।  ଏପରି ଏକ ସମ୍ବେଦନଶୀଳ ମନ୍ତବ୍ୟ ପାଇଁ ସାଂସଦ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ଯକ ବୋଲି ବିଜେଡି ନେତାମାନେ ମତବ୍ୟକ୍ତ କରିଥିଲେ। ଏଥିରେ ପ୍ରତାପ ଦେ, ରଞ୍ଜନ ପହି, ବ୍ରଜ କିଶୋର ଜେନା, ଅନାଥ ନାୟକ, ନିର୍ମଳ ସେଠୀ, ସୁଧାକର ଜେନା, ରତ୍ନାକର ବିଶ୍ୱାଳ, ଚଗୁଲୁ ନାୟକ, ବିନୋଦ ବିହାରୀ ଚଇନି, ରାଧା ମୋହନ ପାତ୍ର ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ