କଲ୍ୟାଣସିଂହପୁର ବ୍ଲକ ହେଡ଼ କ୍ଵାଟରରେ ନାହିଁଁ ବସଷ୍ଟାଣ୍ଡ: ଯାତ୍ରୀ ହନ୍ତସନ୍ତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାଜ୍ୟରେ କିଛି ବ୍ଲକରେ ବସ ଷ୍ଟାଣ୍ଡ ନଥିବା ବେଳେ ସେଥି ମଧ୍ୟରୁ ଅନ୍ୟ ଏକ ବାସ ଷ୍ଟାଣ୍ଡ ହେଲା ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ। ଏହି ବ୍ଲକରେ ତିରିଶି ବର୍ଷ ପୂର୍ବେ ଗୋଟିଏ ଦୁଇଟି ବସ ଆସୁଥିବା ବେଳେ ଏକ ବିସ୍ତିର୍ଣ ପଥର ଉପରେ ଏକ ରାସ୍ତା ଉପରେ ବସ ଷ୍ଟାଣ୍ଡ ଥିଲା। କିନ୍ତୁ କାଳକ୍ରମେ ଵର୍ତମାନ ଦୈନିକ କୋଡିଏରୁ ଅଧିକ ବସ ଯାତାୟାତ କରୁଛି।ଏଥି ସହିତ ଭବାନୀପାଟଣା, ଶତାଧିକ ଆଟ ଚଳାଚଳ କରୁଛି କିନ୍ତୁ ବସ ଖଣ୍ଡିକ ରହିବା ପାଇଁ ବସ ଷ୍ଟାଣ୍ଡ ଖଣ୍ଡିକ ନାହିଁ। ବସ ଷ୍ଟାଣ୍ଡ ନଥିବାରୁ ଲୋକେ ଯେଉଁ ପାରିଲେ ସେଇଠି ଉଠିଲେ ଓଲ୍ହାଇଲେ। ପୂର୍ବ ସରକାର ଥିବା ସମୟରେ ତତ୍କାଳୀନ ତହସିଲଦାରଙ୍କ ଦ୍ୱାରା କୁଆଡେ ଜମି ଚିହ୍ନଟ କରିଲେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସରକାର ବଦଳିଲା ତହସିଲଦାର ବଦଳିଲେ ସିନା ନା ଜମି ଚିହ୍ନଟ ହେଲା ନା ବସ ଷ୍ଟାଣ୍ଡ ହେଲା। ସରକାରୀ ଅଧିକାରୀଙ୍କ କି ରାଜନେତାଙ୍କ ଇଛା ଶକ୍ତି ନଥିବାରୁ ବସ ଷ୍ଟାଣ୍ଡ କଥା ଓ ଆଲୋଚନା କିମ୍ବା ଜମି ଚିହ୍ନଟ କଥା ସମ୍ପୂର୍ଣ ଭାବେ ଭୁଲିଗଲେ କହିଲେ ଭୁଲ ହେବନାହିଁ। ଜିଲ୍ଲାର ୧୧ବ୍ଲକ ମଧ୍ୟରୁ କଲ୍ୟାଣସିଂହପୁର ବ୍ଲକରେ ହିଁ ନାହିଁ କହିଲେ ଅତିତ୍ୟୁକ୍ତି ହେବନାହିଁ। ପୂର୍ବ ସରକାର ବ୍ଲକ ଭିତରେ ଲଷ୍ମୀ ବସ ଚଳାଚଳ କରିବା ପାଇଁ ପ୍ରତି ପଞ୍ଚାୟତରେ ବସ ଷ୍ଟପ ପାଞ୍ଚ ଲକ୍ଷ ଟଙ୍କାବ୍ୟୟରେ ନିର୍ମାଣ କଲେ। ସାଥି ମଧ୍ୟରୁ ପୁରୁଣା ବସ ଷ୍ଟାଣ୍ଡକୁ ନବୀକରଣ କରି ସରକାରୀ ଅର୍ଥ ସ୍ୱାହା କରିଥିବା ବେଳେ ନୂଆ ବସ ଷ୍ଟାଣ୍ଡ କରିବା ପାଇଁ କାହାରି ଆସନ୍ତରିକ୍ତ ନଥିବା ସାଧାରଣ ରେ ଆଲୋଚନା ହେଉଛି।ଲୋକଙ୍କ ସରକାର ଗତକାଲି ବସଷ୍ଟାଣ୍ଡ ର ଉନ୍ନତି ପାଇଁ କେବିନେଟରେ ବିଲ ପାସ କରିଛନ୍ତି କିନ୍ତୁ ଏହି ବ୍ଲକ ପାଇଁ ବସଷ୍ଟାଣ୍ଡ ପାଇଁ କଣ ବ୍ୟବସ୍ତା ରହିଛି ଲୋକଙ୍କ ମନରେ ଉତ୍ସକତା ରହିଛି। ଆଉ କେବେ ନୂତନ ବସଷ୍ଟାଣ୍ଡ ହେବ ଦେଖିବାକୁ ବାକି ରହିଲା ବୋଲି ବ୍ଲକବାସୀ ଆଶାବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ