ସରପଞ୍ଚ ବିରୋଧରେ ଅନାସ୍ଥା

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ପୁରୀ ଜିଲ୍ଲା କଣାସ ବ୍ଲକ୍ ଗୋପୀନାଥପୁରୁ ପଞ୍ଚାୟତ ର ସରପଞ୍ଚ ସୁକାନ୍ତି ବେହେରା ଙ୍କ ବିରୋଧ ରେ ପଡ଼ିଲା ଅନାସ୍ଥା ଭୋଟ। ପଞ୍ଚାୟତ ରେ ସମୁଦାୟ ୧୧ଟି ୱାର୍ଡ ସଭ୍ୟ ପଦ ଥିବା ବେଳେ । ଆଜି ୧୧ଜଣ ୱାର୍ଡ ସଭ୍ୟ ଗୋପୀନାଥପୁରୁ ରାଜୀବଗାନ୍ଧୀ ସେବା ଗୃହରେ ପହଞ୍ଚି ମତଦାନ ହୋଇଥିଲା। ପୁରୀ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହି ପ୍ରିଯାଡ଼ିଂ ଅଧିକାରୀ ଭାବେ ଉପସ୍ଥିତ ରହି ଅନାସ୍ଥା ଭୋଟ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳା କୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ସଦର ଏଡିପିଓ,କଣାସ ବିଡ଼ିଓ, ସତ୍ୟବାଦୀ ତହସିଲଦାର, ଗଡିଶାଗୋଦା ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ମତଦାନ ସମୁଦାୟ ୧୧ ଜଣ ୱାର୍ଡ ସଭ୍ୟ ଙ୍କୁ ନେଇ ହୋଇଥିଲା । ଶେଷରେ ମତଦାନ ସରିବା ପରେ ଭୋଟ ବାକ୍ସ ସିଲ୍ ହୋଇ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ପଠାଯାଇଥିଲା। ପରବର୍ତ୍ତୀ ଅବସ୍ଥା ରେ ଗଣତି ଓ ଏହାର ଫଳାଫଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପକ୍ଷରୁ ଘୋଷଣା କରାଯିବ କହିଛନ୍ତି ପ୍ରୀଯାଡ଼ିଂ ଅଫିସର ସନ୍ତୋଷ କୁମାର ପାଣିଗ୍ରାହୀ।

Spread the love

Advertisement

ଏବେ ଏବେ