ନାହିଁ ପିଇବା ପାଣିର ବ୍ୟବସ୍ଥା: ପାଣି ପାଇଁ ଯିବାକୁ ପଡୁଛି ନଦୀ ପାର ହୋଇ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ଅନେକ ପାଣି ପାଇଁ ଦୃଶ୍ୟ ଦେଖି ଥିଲେ ମଧ୍ୟ ଇଏ ଏକ ନିଆରା ଦୃଶ୍ୟ କହିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ ! ନଦୀ,ପୋଖରୀ, ଛୁଆ, କେନାଲ, ଝରଣା, କୂଅକୁ ଯିବାର ଦୃଶ୍ୟ ଅନେକ ଦେଖୀ ଥାନ୍ତି।ହେଲେ ବ୍ଲକ ସଦର ମହାକୁମାରେ ପିଇବା ପାଣି ପାଇଁ ନଦୀ ପାରହୋଇ ବୋତଲରେ ପାଣି ଆଣିବା ଦୃଶ୍ୟ ଟିକିଏ ନିଆରା। ଇଏ କୌଣସି ଉପାନ୍ତ ଅଂଚଳ ନାହିଁ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସଦର ମହାକୁମା କଲ୍ୟାଣୀ ନଦୀ କୂଳେ ଥିବା ପୁଇଗୁଡ଼ା ସାହିର ଘଟଣା। ନଦୀ ନିକଟରେ ଅଛି ନଳକୂପ ନିକଟରେ ଅଛି କିନ୍ତୁ ମହିଳାଙ୍କୁ ନଦୀ ଆର ପାରିକୁ ଯାଇ ପିଇବା ପାଇଁ ବୋଟଲରେ ଆଣିକକୁ ପଡୁଥିବା ଦୃଶ୍ୟ ନିଶ୍ଚିତ ରୂପରେ ଦେଙ୍କଗିଲେ ମନକୁ ସରକାର, ପ୍ରଶାସନ, ଲୋକ ପ୍ରତିନିଧି ଓ ରାଜନେତା ଙ୍କ କଥା ମନକୁ ଆସିବ। ଏହି ସାହିରେ ବହୁ ଦାବିପରେ ପଂଚାୟତ ନିର୍ବାଚନ ପରେ ଏକ ନଳକୂପ ଖୋଳା ଯାଇଥିଲା। ଲୋକେ ମଧ୍ୟ ଖୁସି ହୋଇ ସରପଞ୍ଚ ଓ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ମଧ୍ୟ ଦେଇଥିଲେ। କିନ୍ତୁ ନଲକୁପର ପାଣି ୠସେଇ ଓ ପିଇବା ପାଇଁ ଅନୁପଯୋଗୀ ହେଉଥିବାରୁ ମହିଳା ମାନେ କଲ୍ୟାଣୀ ନଦୀ ପାର ହୋଇ ସାନ ବ୍ରାହ୍ମଣ ସାହିକୁ ଯାଇ ପାଇପରୁ ପାଣି ଆଣିବାକୁ ପଡୁଥିବା କହିଛନ୍ତି ମହିଳା ଜନକ। ନଳକୂପ ପାଣି ଲୋହଯୁକ୍ତ ଲାଲ ପାଣି ବାହାରୁ ଥିବାରୁ ରୋଷେଇ କଲେ ଭାଇ ସିଝୁନାହିଁ ଓ ପିଇବାକୁ ପାଣି ଭଲ ଲାଗୁନଥିବା ବେଳେ କୁଆଡେ ଲୋକଙ୍କ ପେଟ ବଥା ହେଉଥିବାରୁ ଭୟରେ ବାଧ୍ୟହୋଇ ନଦୀ ପ୍ରକାରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଣୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଈ ସାହି ବାସୀଙ୍କୁ ବିସୁଧ ପାଣି ଯୋଗାଇ ଦେବା ପାଇଁ ଦାବୀ ହୋଇଛି।


