ଧାନ ବିକ୍ରୟ ପାଇଁ ନାହିଁ ମଣ୍ଡିର ବ୍ୟବସ୍ଥା: 3100 ପରିବର୍ତ୍ତେ ମାତ୍ର 1300 ଟଙ୍କା ଦରରେ ଆନ୍ଧ୍ର ବେପାରୀକୁ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ରବି ଧାନ ବିକ୍ରୟ ନିମନ୍ତେ କୌଣସି ମଣ୍ଡିର ବ୍ୟବସ୍ଥା ନାହିଁ. ଏଥିଯୋଗୁଁ ଚାଷୀ ଧାନ ବିକ୍ରି କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ଉପାୟ ନପାଇ ସେମାନେ ଶାଗମାଛ ଦରରେ ଆନ୍ଧ୍ରର ବେପାରୀଙ୍କୁ କ୍ଵିଣ୍ଟାଲ ପିଛା 3100 ଟଙ୍କା ଥିବାବେଳେ ମାତ୍ର 1300 ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି. ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଗଜପତି ଜିଲ୍ଲାର କାଶୀନଗର ଓ ଗୋଷାଣି ବ୍ଲକ ସମେତ ପାରଳାଖେମୁଣ୍ଡି ସହର ଆଖପାଖ ଅଞ୍ଚରେ ଖରାଦିନେ ୭ରୁ ୮ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି। ସେଥିରେ ପ୍ରାୟ ୫୦ ହଜାର କ୍ରିଣ୍ଟାଲ ଧାନ ସଂଗ୍ରହ ହେଉଛି । ହେଲେ ମଣ୍ଡି ନଥୁବାରୁ ଚାଷୀ ମାତ୍ର ୧୩ ଶହ ଟଙ୍କାରେ ଧାନ ଆନ୍ଧ୍ର ବେପାରୀଙ୍କୁ ବିକ୍ରୀ କରୁଛନ୍ତି। ସୂଚନା ଯୋଗ୍ୟ ଯେ ଓଡ଼ିଶାରେ ଧାନ କ୍ରିଣ୍ଟାଲ ପିଛା ଦର ଖରିପରେ ୩୧ଶହ ଟଙ୍କା ରହିଛି । ଅନ୍ୟ କୌଣସି ଉପାୟ ନ ଥିବାରୁ ଚାଷୀ ରବି ଧାନ ଚାଷ ନିମନ୍ତେ ଖର୍ଚ୍ଚକରିଥିବା ଟଙ୍କା ପାଇବା ନିମନ୍ତେ ୧୩ ଟଙ୍କାରେ ବିକ୍ରି କରୁଥିବା ଚାଷୀ ଜଗବନ୍ଧୁ ଜେନା, ସଞ୍ଜୟ ବେହେରା, ଜୀବନ ପାତ୍ର, କେ.ସିମେୟା ଓ କେ, ରାମକ୍ରିଷ୍ଣା କହିଛନ୍ତି । ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବସ୍ତାରେ ରଖୁଥିବାର କହିଛନ୍ତି । ଏନେଇ ଦୀର୍ଘବର୍ଷ ହେଲା ରବି ଋତୁରେ ଆଦାୟ ହେଉଥିବା ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବାକୁ ବାରମ୍ବାର ଦାବି କରାଯାଇଛି। କିନ୍ତୁ ଏଥିପ୍ରତି ଉଭୟ ଜିଲ୍ଲା ପ୍ରଶାସନ ଓ ସରକାର କର୍ଣ୍ଣପାତ କରୁନଥିବା ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଜିଲ୍ଲାରେ ରବି ଋତୁରେ ୫୦ ହଜାରରୁ ଊର୍ଦ୍ଧ୍ବ କୁଇଣ୍ଟାଲ ଧାନ ଚାଷ ହେଉଥିବା ଯୋଗୁଁ ଅନ୍ତତଃ ୩ ଧାନମଣ୍ଡି ଖୋଲା ଗଲେ ଚାଷୀ ଉପକୃତ ହୋଇପାରିବେ ।