ସୁରକ୍ଷା ସମାବେଶ ଯୋଗଦେଲେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର

ଛତ୍ରପୁର (ଓ୍ବାଇଏନଏସ): ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଟ୍ଟଲାମ‌ପୁର  ଠାରେ ଋଷିକୁଲ୍ୟା ନଦୀ ସୁରକ୍ଷା  ନିମନ୍ତେ ସଚେତନତା ରାଲି ଏବଂ ସମାବେଶ ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ଦେଶର ଜନ ଆନ୍ଦୋଳନର ନେତ୍ରୀ ଏବଂ ଦେଶର ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର  ଯୋଗଦେଇ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ମତ ପ୍ରକାଶ କରିଥିଲେ, ଋଷିକୁଲ୍ୟା ନଦୀ ଆମର ଜୀବନରେଖା । କିଛି ବର୍ଷ ହେଲା ଋଷିକୁଲ୍ୟା ନଦୀରୁ ଅତି ମାତ୍ରାରେ ବାଲି ଚୋରା ଚାଲାଣ ଯୋଗୁଁ ନଦୀର ଜଳଧାରଣ ଶକ୍ତି ଗଲାଣି । ତେଣୁ ଭୂତଳ ମଧୁରଜଳ ଶୁଖୁଯାଇଛି । ଏହା ଫଳରେ ସମୁଦ୍ରର ଲୁଣି ପାଣି ନଦୀ ଭିତରକୁ ଓ ଭୂତଳକୁ ପଶିବା ଫଳରେ ଆମର କୂଅ, ନଳକୂଅ ଏବଂ ପାଣି ଯୋଗାଣ ପ୍ରକଳ୍ପରେ ଲୁଣିଆ ପାଣି ଆସୁଛି ଯାହାକି ପିଇବା ଏବଂ ଚାଷ ପାଇଁ ସଙ୍କଟ ଦେଖାଦେଇଛି । ସମୁଦ୍ରର ଲୁଣିପାଣି ଏବେ କଂସାରୀଗଣ୍ଡ ପର୍ଯ୍ୟନ୍ତ ଆସିବାରୁ ପିଇବା ପାଣି ଖାରି ହୋଇଗଲାଣି । ଏବେ ଆଉ ଏକ ବଡ଼ ବିପଦ ଯାହା ନଦୀକୁ ମୃତ କରିଦେବ, ତାହା ହେଉଛି ନଦୀର ଏକ ମାତ୍ର ପ୍ରକୃତ ଜଳଧାରାକୁ ଅଟକାଇ ପିପଳପଙ୍କାଠାରେ ଜଳଭଣ୍ଡାର ନିର୍ମାଣ କରିବାକୁ ସରକାର ନିଷ୍ପଭି ନେଇଛନ୍ତି, ଯାହା ଦ୍ଵାରା ବର୍ଷା ସରିଗଲା ପରେ ଟୋପାଏ ପାଣି ନଦୀରେ ଆସିବ ନାହିଁ । ଯାହା ଦ୍ବାରା ନଦୀ ମରିଯିବ । ନଦୀକୂଳ, ବନ୍ଧକୂଳ ଓ ଉଠାଜଳସେଚନ ପମ୍ପ ଅକାମୀ ହୋଇଯିବ । ଲୋକେ ପାଣି ପାଇଁ ହାହାକାର ହେବେ । ଚାଷ କାମ ପାଇଁ ପାଣି ମିଳିବା କଷ୍ଟକର ହେବ । ନଦୀର ବେକକ୍ୱାଟରରେ ମାଛ ଶୂନ୍ୟ ହୋଇଯିବ । ତେଣୁ ନଦୀର ସୁରକ୍ଷା ପାଇଁ ଡ଼େମ୍ ନିର୍ମାଣ ଓ ବାଲି ଚୋରିକୁ ବନ୍ଦ କରିବାକୁ ସରକାରଙ୍କ ପାଖରେ ଦାବୀ କରି ଋଷିକୁଲ୍ୟା ସୁରକ୍ଷା କାର୍ଯ୍ୟାନୁଷ୍ଠାନ କମିଟି ତରଫରୁ ୧୦ ଦିନ ଧରି ସୋରଡ଼ା ପିପଳପଙ୍କା ଠାରୁ ନଦୀମୁହାଣ ପର୍ଯ୍ୟନ୍ତ ପଦଯାତ୍ରାକୁ ଆମ ଅଂଚଳବାସୀମାନେ ସାଗତ କରି ସାମିଲ ହୋଇଥିଲେ।   ଆଜି ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ଠାରୁ ସଭାସ୍ଥଳୀ ପର୍ଯ୍ୟନ୍ତ ଏକ ସଚେତନତା ରାଲି ହୋଇଥିଲା ପରେ  ଆୟୋଜିତ ସମାବେଶ ରେ ଓଡ଼ିଶାର ଜଣାଶୁଣା ବିଶିଷ୍ଟ ପରିବେଶ ସୁରକ୍ଷା ନେତା ପ୍ରଫୁଲ ସାମନ୍ତରାୟ, ଋଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ସୁଧୁର ରାଉତ, ଭାଲଚନ୍ଦ୍ର ଷଡ଼ଙ୍ଗୀ,ରବି ରଥ,ବିଘ୍ନେଶ୍ୱର ସାହୁ,ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ସାନିଆ ସ୍ୱାଇଁ, ବିଜୟ ସ୍ୱାଇଁ,ରାଜେନ୍ଦ୍ର ନାହାକ, ବିଜୟ ବିଶ୍ୱାଳ, ଭାସ୍କର ସ୍ୱାଇଁ, ରଞ୍ଜନ ସେଠି,ମିନି ମହାପାତ୍ର, ଅନିଲ ସାହୁ, ଦୁର୍ଯ୍ୟୋଧନ ସ୍ୱାଇଁ, ପ୍ରମୋଦ ସାହୁ ଓ ପ୍ରବାସୀ ପ୍ରଧାନ ଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ