କୁଖ୍ୟାତ ଅପରାଧୀ ବଳିଆ ଗିରଫ

ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଲୋକଙ୍କୁ ଭୟଭୀତ କରାଇ ବିଭିନ୍ନ ଅପରାଧୀକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହିଥିବା କୁଖ୍ୟାତ ପେଶାଦାର ଅପରାଧୀ ଅଜିତ ସେଠୀ ଓରଫ ବଳିଆକୁ ଦିଗପହଣ୍ଡି ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ବଳିଆ ର ଘର ପଦ୍ମନାଭପୁର ହୋଇଥିବା ବେଳେ ସେ ଦିଗପହଣ୍ଡି ଅଞ୍ଚଳ କଲୋନୀ ସ୍ଥିତ କେନାଲ ସାହିରେ ରହୁଛି । ଗତ ଅକ୍ଟୋବର ରେ ସେ ଦିଗପହଣ୍ଡି ସହର ମୁଖ୍ୟରାସ୍ତା କଡ ରେ ଥିବା ଏକ ଘରୋଇ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରେ  ବୋମାମାଡ କରିବା ଫଳରେ ସହରବାସୀ ଭୟଭୀତ ହୋଇଥିଲେ । ପରବର୍ତ୍ତୀ ସମୟରେ ପୁଲିସ ବଳିଆ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିଛିଦିନ ପରେ ସେ କୋର୍ଟ ରୁ ଜାମିନ ରେ ମୁକୁଳିଥିଲା। ବୁଧବାର ବଳିଆ ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ଛକ ନିକଟରେ ଏକ ମାଉଜର ଧରି ଲୁଟ୍ ଉଦ୍ଦେଶ୍ୟ ରେ ଲୁଚିଥିବା ପୁଲିସ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଖବର ପାଇଥିଲେ।ପୁଲିସ ଟିମ୍ ତତ୍କାଳ ସେଠାରେ ପହଞ୍ଚିବାରୁ ପୁଲିସ ଗାଡ଼ି ଦେଖି ବଳିଆ ସେଠାରୁ ଘୋଡ଼ାହାଡ଼ ଡ୍ୟାମ ରାସ୍ତାରେ ବାଇକ ଯୋଗେ ଦୃତ ଗତି ରେ ଚାଲିଯାଇଥିଲା।ପୁଲିସ ଟିମ୍ ତାକୁ ଗୋଡ଼ାଇ ନିମପଲ୍ଲୀ ଗାଁ ନିକଟରେ ମାଡ଼ି ବସିଥିଲେ। ତଲାସ କରିବାରୁ ବଳିଆ ନିକଟରୁ ଏକ ଗୁଳିଭରା ଦେଶୀ ମାଉଜର ମିଳିଥିଲା।ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ତାଙ୍କ ନିକଟରୁ ମାଉଜର,ଗୁଳି ଏବଂ ଲୁଟ୍ ଉଦ୍ଦେଶ୍ୟରେ ବ୍ୟବହୃତ ୟାମାହା ବାଇକ (ନଂ. ଓଡ଼ି୦୭ ଏ ୱାଇ -୭୯୦୬) ଏବଂ ମୋବାଇଲ ଫୋନ ଜବତ କରାଯାଇଥିଲା।ଏନେଇ ଏସ.ଆଇ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ ।ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତ ପରେ ଉକ୍ତ ବନ୍ଧୁକ କୁ ସେ ବ୍ରହ୍ମପୁର ସଦର ଥାନା ଦକ୍ଷିଣପୁର ଗ୍ରାମର ସନ୍ତୋଷ ଗୌଡ଼ ଙ୍କ ଠାରୁ ଆଣିଥିବା କହିଥିଲେ।ଅଭିଯୁକ୍ତ ବଳିଆ  ନାଁ ରେ ଦିଗପହଣ୍ଡି ଓ କେ.ନୂଆଗାଁ ଥାନା ରେ ୮ ଟି ହତ୍ୟାଉଦ୍ୟମ ,ଛିନତାଇ, ଡକାୟତି, ବୋମା ମାଡ଼,ବେଆଇନ ଭାବେ ମାରଣାସ୍ତ୍ର ରଖିବା ଓ ଦଙ୍ଗା ସୃଷ୍ଟି କରିବା ଭଳି ସଙ୍ଗୀନ ମାମଲା ରହିଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର କହିଛନ୍ତି।  ଏନେଇ ଦିଗପହଣ୍ଡି ଥାନା କେସ୍ ନଂ. ୧୮୩/୨୫ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଗୁରୁବାର ଅଭିଯୁକ୍ତ ବଳିଆ କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ