ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ
କଟକ, (ଓ୍ବାଇଏନଏସ): ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି। ଅନୁମତି ଦେଲେ କଟକ JMFC। ରିମାଣ୍ଡ ଆବେଦନ କରିଥିଲା କର୍ଣ୍ଣାଟକ ପୋଲିସ। ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରାଉଚରା। ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ଦୁର୍ଦ୍ଦାନ୍ତ ଅପରାଧି ରାଜା ସାହାଣୀ ବର୍ତ୍ତମାନ ଚୌଦାର ସର୍କଲ ଜେଲ୍ରେ ଅଛି। କର୍ଣ୍ଣାଟକ ପୋଲିସ୍ର ଏକ ସ୍ବତନ୍ତ୍ର ଟିମ୍ କଟକରେ ପହଞ୍ଚିବା ପରେ କଡା ସୁରକ୍ଷା ଭିତରେ ତାକୁ କର୍ଣ୍ଣାଟକ ନିଆଯିବ। ଅନ୍ୟପଟେ ରାଜା ସାହାଣୀକୁ ଚୌଦାର ସର୍କଲ ଜେଲ୍ରୁ ଭୁବନେଶ୍ବର ଝାରପଡା ସ୍ବତନ୍ତ୍ର ଜେଲ୍ କିମ୍ବା ବ୍ରହ୍ମପୁର ସର୍କଲ ଜେଲ୍କୁ ସ୍ଥାନାନ୍ତର କରାଯିବାକୁ ଯାଜପୁର ଏଡିଜେ କୋର୍ଟରେ ଚୌଦାର ସର୍କଲ ଜେଲ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।


