ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରୁଛନ୍ତି ନୃସିଂହ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ପରିବେଶର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡିଛନ୍ତି ସମାଜସେବୀ ନୃସିଂହ ଚରଣ ଦାସ। ଗାଁକୁ ଗାଁ ବୁଲି ବିଭିନ୍ନ ଫଳ ଓ ଫୁଲର ଗଛର ଚାରା ରୋପଣ କରୁଛନ୍ତି ନୃସିଂହ। ପରିବେଶ ଓ ପାରିପାଶ୍ୱର୍ିକ ଅବସ୍ଥାର ପୁନରୁଦ୍ଧାର ପାଇଁ ସଦା ଚେଷ୍ଟିତ ଅଛନ୍ତି ନୃସିଂହ। କେବଳ ବିଭିନ୍ନ ବୃକ୍ଷର ଚାରା ରୋପଣ କରୁନାହାନ୍ତି ନୃସିଂହ ସେହି ଚାରାଟି କିଭଳି ବଞ୍ଚିରହି ମହାଦୃମରେ ପରିଣତ ହେବ ସେଥିପାଇଁ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି ସେ। ଗଛରେ ପାଣି ଦେବା ଠାରୁ ଆରମ୍ଭ କରି ସେହି ଗଛର ଚର୍ତୁପାଶ୍ୱର୍ରେ ବାଡ ଦେଇ ତାକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି ନୃସିଂହ। ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପ୍ରତ୍ୟେକ ଲୋକକୁ ଭେଟି ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ବୁଝାଉଛନ୍ତି ସେ। ଏଭଳି ଜଣେ ସମାଜସେବୀ ପ୍ରକୃତରେ ଆଜିର ଦୁନିଆରେ ବିରଳ ବୋଲି ଲୋକେ କହୁଛନ୍ତି।


