କଟକ ତିଗିରିଆର ଦୁର୍ଦ୍ଦାନ୍ତ ଅପରାଧି ସକିଲ୍ ଖାନ ବିରୋଧରେ ଲାଗୁ ହେଲା ଏନଏସଏ

କଟକ, (ଓ୍ବାଇଏନଏସ): ଦୁର୍ଦ୍ଦାନ୍ତ ଅପରାଧୀ ଓ ଗୋ ମାଫିଆଙ୍କ ବିରୋଧରେ ଲାଗୁ। କଟକ ତିଗିରିଆର ଦୁର୍ଦ୍ଦାନ୍ତ ଅପରାଧି ସକିଲ୍ ଖାନ ବିରୋଧରେ ଏନଏସଏ ଲାଗୁ କରିଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ। ରାଜ୍ୟ ତଥା ରାଜ୍ୟ ବାହାରକୁ ଗୋ-ଚାଲାଣ କରି ସାମାଜିକ ଶାନ୍ତି ଭଙ୍ଗ କରୁଥିବା ଏହି ଅପରାଧୀ ବିରୋଧରେ ଜାତୀୟ ନିରାପତ୍ତା ଆଇନ ବା ଏନଏସଏ ଲାଗୁ ହୋଇଛି। ସାକିଲ ଖାନ ଜଣେ କୁଖ୍ୟାତ ଅପରାଧୀ ଭାବେ ପରିଚିତ ଥିବାବେଳେ ତା ବିରୋଧରେ ଆକ୍ରମଣ, ଧମକ, ଦଙ୍ଗା, ଗୋ ଚାଲାଣ ଏବଂ ପଶୁ ନିର୍ଯାତନା ସହ ଅନେକ ଗୁରୁତର ମାମଲା ତିଗିରିଆରୁ ନିମାପଡ଼ା ଯାଏ ରହିଛି।ଗତ ୬ ଫେବୃଆରୀରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ। ୧୮ ଫେବୃଆରୀରେ ଗିରଫ ପରୱାନା ଜାରି ପରେ, ଗତକାଲି ରାଜ୍ୟ ଗୃହ ବିଭାଗର ମଞ୍ଜୁରି ମିଳିବା କ୍ଷଣି ସକିଲ୍‌କୁ ଏନଏସଏ ଜାଲରେ ଛନ୍ଦି ଦେଇଛି ପୋଲିସ। ହିଂସା ଓ ଅପରାଧ ସାମ୍ରାଜ୍ୟ ଉପରେ ଏହି କଠୋର ଆଇନର ପ୍ରୟୋଗ ଏବେ ଅନ୍ୟ ଅପରାଧୀଙ୍କ ପାଇଁ ଏକ ଶକ୍ତ ଚେତାବନୀ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ