ଏନଏସଏସ ପକ୍ଷରୁ ଜାତୀୟ ଯୁବ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ପୋଲସରା, (ଓ୍ବାଇଏନଏସ) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା ବିଭାଗ) ପକ୍ଷରୁ ଜାତୀୟ ଯୁବ ଦିବସ – ୨୦୨୬ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ସ୍ମୃତି ମହାପାତ୍ର ପ୍ରଥମ, ବୈଶାଖୀ ପାତ୍ର ଓ ଜ୍ୟୋତି ପାଣିଗ୍ରାହୀ ଦ୍ବିତୀୟ, ଓ କାଜଲ ଗୌଡ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ୧୨/୦୧/୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ଦିବସ ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଆଜିର ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ, ପ୍ରକାଶ ଚନ୍ଦ୍ର ସାହୁ ଓ  ସୁଦାମ ସେଠୀ ଦାୟିତ୍ଵ ତୁଲାଇଥିଲେ।ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଓ ସେକ୍ ଫରିଦ୍ , ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଫିସର୍ ଲେଫନାଣ୍ଟ ବିନତା କୁମାରୀ ଦାସ, ଜାତୀୟ ଯୁବ ଦିବସର ସଂଯୋଜିକା ଅଧ୍ୟାପିକା ମିନାକ୍ଷୀ ପାଣିଗ୍ରାହୀ ପ୍ରଭୃତି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ