ଏନଏସଏସର ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର ଉଦଯାପିତ

ବୁଗୁଡା, (ଅନୀଲ କୁମାର ମହାରଣା) :  ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ- ୧ ପକ୍ଷରୁ ଗତ ୨୬/୯/୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ସପ୍ତ ଦିବସିୟ ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର ପବିତ୍ର ଗାନ୍ଧୀ ଜୟନ୍ତୀ ତଥା କେନ୍ଦ୍ର ସରକାରଙ୍କ ସେବା ପକ୍ଷର ଶେଷ ଦିନରେ ଉଦଯାପିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ୱେ ସ୍ବେଛାସେବୀ ବୃନ୍ଦ ୭ ଦିନରେ ୨୦୦ ଚାରା ରୋପଣ କରିବା ସହ ଶେଷ ଦିନରେ କଲେଜର ଶ୍ରେଣୀ କକ୍ଷ ଓ କଲେଜ ପରିସରକୁ ସଫେଇ କରିଥିଲେ। ଏହା ସହିତ ଲଗାଯାଇଥିବା ୨୦୦ ଗଛର କିପରି ଯତ୍ନ ନିଆଯାଇ ବଡ ବୃକ୍ଷରେ ପରିଣତ କରାଯିବ ସେହି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଚିତ୍ର ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କୃତ କରାଯାଇଥିଲା। ଶିବିରର ସାତ ଦିନର କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ୟୁନିଟ- ୧ ର୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ପରିଶେଷରେ ସ୍ବେଛାସେବୀ ଅରବିନ୍ଦ ଜେନା ଶିବିରର ସଫଳତା ପାଇଁ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ