ଏନଏସଏସ ର ଶୀତ କାଳୀନ ଶିବିର ଉଦଯାପିତ
ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ୟୁନିଟ ଓ ପୋଲସରା ପୋଲିସ ବିଭାଗ ତରଫରୁ ସଡ଼କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ହେଲମେଟ ସଚେତନତା କାର୍ଯ୍ୟକ୍ରମ ସବ୍ ଇନସ୍ପେକ୍ଟର ସଂଗ୍ରାମ କୁମାର ସେଠୀ, ପ୍ରତାପ ପ୍ରଧାନ, ସୁବିନୟ ଗମାଙ୍ଗ, ବିରଞ୍ଚି ନାୟକ, ସହଦେବ ମଣ୍ଡଳ, ସେକ୍ ଫରିଦ୍ ଓ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ୨୧.୦୧.୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଶୀତ କାଳୀନ ଶିବିର ୨୭.୦୧.୨୬ ତାରିଖ ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ପୋଲସରା ବ୍ଲକ୍ ଶିକ୍ଷା ଅଧିକାରୀ ହରିଶ ବାବୁ ଖାଡଙ୍ଗା ଓ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ଜିଲ୍ଲା ପ୍ରୋଗ୍ରାମ ଅଫିସର୍ ସତୀଶ ପ୍ରାସାଦ ନାୟକ ଯୋଗଦେଇଥିଲେ। ଅତିଥି ଦ୍ୱୟ କୃତିତ୍ୱ ହାସଲ କରିଥିବା ସ୍ଵେଚ୍ଛାସେବୀମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ମହିଳା ବିଭାଗ ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ସଂଯୋଜନା କରିଥିଲା ବେଳେ ପୁରୁଷ ବିଭାଗ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।


