ଏନଏସଏସ ପକ୍ଷରୁ ଶୀତ କାଳୀନ ଶିବିର ଉଦଘାଟିତ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ଓ ମହିଳା ୟୁନିଟ ପକ୍ଷରୁ ସାତ ଦିନିଆ ଶୀତ କାଳୀନ ଶିବିର ୨୧.୦୧.୨୬ ତାରିଖ ଦିନ ଆରମ୍ଭ ହୋଇଯାଇଛି। ଏହି ଶିବିରକୁ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସାଧନା କର୍ମୀ ଭାବରେ ପୋଲସରା ଫରେଷ୍ଟର ମୁନା ଦାସ ଓ କାର୍ତ୍ତିକ ସାହୁ ଯୋଗ ଦେଇ ବନ୍ୟଜନ୍ତୁ ସଂରକ୍ଷଣ ଓ ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ। ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର୍ ରବୀନ୍ଦ୍ର ନାଥ ପୋଲାଈ ସାଧନା କର୍ମୀ ଭାବରେ ଯୋଗ ଦେଇ ” Leadership Quality and Motivation” ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅପରାହ୍ନରେ ସ୍ବେଚ୍ଛାସେବୀ ବୃନ୍ଦଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ, ଡକ୍ଟର ହରିଶ ଚନ୍ଦ୍ର ପାଇକ ଓ କିଶୋର ଚନ୍ଦ୍ର ଜେନା ବିଚାରକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ। ମହିଳା ବିଭାଗ ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ପୁରୁଷ ବିଭାଗ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଶିବିର ଆସନ୍ତା ୨୭.୦୧.୨୬ ତାରିଖ ପଯ୍ୟନ୍ତ ପୋଷ୍ୟ ଗ୍ରାମ ତୋଟା ସାହି ଓ ଦେବୀ ନଗର ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସାକ୍ଷରତା ସର୍ଭେ କରାଯିବ ।


