ଜରାଜୀର୍ଣ୍ଣ ଅବସ୍ଥାରେ ନୂଆଗଡ ଜେଠି :ମାଛର ଅଭାବୀ ବିକ୍ରି, ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନାହିଁ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ମସ୍ଚ୍ୟ ଉତ୍ପାଦନ ବୃଦ୍ଧି ଏବଂ ସାମୁଦ୍ରିକ ମସ୍ଚ୍ୟଜୀବି ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସରକାର ବିବଧ ପଦକ୍ଷେପ ନେଉଛନ୍ତି। ମସ୍ଚ୍ୟଜୀବି ମାନଙ୍କୁ ଥଇଥାନ କରିବା ପାଇଁ ସରକାରଙ୍କ ନିଦ୍ଧିଷ୍ଟ ଯୋଜନା ରହିଛି। ଗଭୀର ସମୁଦ୍ର ମଧ୍ୟରେ ଜୀବନକୁ ବିପଦରେ ପକାଇ ମାଛଧରି ପରିବାର ପୋଷୁଥିବା ମସ୍ଚ୍ୟଜୀବିମାନଙ୍କ ପାଇଁ ସରକାର ଜାଲ, ଡ଼ଙ୍ଗା ଓ ଇଂଜିନ ରିହାତି ଦରରେ ଯୋଗାଇ ଦେଉଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ମସ୍ଚ୍ୟଜୀବି କଲ୍ୟାଣ ଯୋଜନା (ଏମଏମକେୱାଇ )କାର୍ଯ୍ୟ କରୁଛି। ନଭେମ୍ବର ୧ରୁ ମେ “ମାସ ୩୧ତାରିଖ ପର୍ଯ୍ୟନ୍ତ ଅଲିଭ ରିଡଲେ କଇଁଛ ମାନଙ୍କ ପାଇଁ ମାଛ ଧରିବା ଉପରେ କଟକଣା ରହିଛି। ଏହି ସମୟରେ ମସ୍ଚ୍ୟଜୀବିଙ୍କ ପରିବାରକୁ ସରକାରୀ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ଏସବୁ ବାଦ ମାଛ ଧରୁଥିବା ମସ୍ଚ୍ୟଜୀବି ମାନଙ୍କ ମାଛ ବିକ୍ରିବଟା ପାଇଁ ଜେଠି ନିର୍ମାଣ ସହ ଆନୁସାଙ୍ଗିକ ସୁବିଧା ଖଞ୍ଜି ଦିଆଯାଇଛି। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଜେଠି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଦୀର୍ଘ ବର୍ଷ ହେବ ଜେଠି ପରିତ୍ୟକ୍ତ ହୋଇ ଥିବାବେଳେ ଏହାର ପୁନଃଉଦ୍ଧାର ଦିଗରେ ପଦକ୍ଷେପ  କେବଳ ବିଭିନ୍ନ ମଞ୍ଚରେ ନେତାଙ୍କ ବାକ୍ୟ ମାଧ୍ୟ୍ୟମରେ ଚାଲିଥିବା ବେଳେ କାର୍ଯ୍ୟ ଓ ନିର୍ମାଣ, ମରାମତି ହୋଇପାରିଲା ନାହିଁ। ଜେଠି କାର୍ଯ୍ୟକ୍ଷମ ନ ହେବା ଦ୍ୱାରା ଅସ୍ତରଙ୍ଗ ବ୍ଲକ ଅଂଚଳର ହଜାର ହଜାର ମସ୍ଚ୍ୟଜୀବି ପରିବାର ନାନାଦି ସମସ୍ୟା ଭୋଗୁଛନ୍ତି। ମାଛର ବିପନ୍ନ ରେ ବାଧା ସୃଷ୍ଟି ହେଉଥିବା ବେଳେ ଡ଼ଙ୍ଗା ଜେଠି ପଶି ପାରୁନି। ମସ୍ଚ୍ୟଜୀବି ଙ୍କ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନାହିଁ। ମାଛର ଅଭାବ ବିକ୍ରିର ସମ୍ମୁଖୀନ ହେଉଛନ୍ତି ମସ୍ଚ୍ୟଜୀବି।
ସ୍ଥାନୀୟ ମସ୍ଚ୍ୟଜୀବିଙ୍କ ଅଭିଯୋଗ ରହିଛି କି -ସ୍ଥାନୀୟ ମସ୍ଚ୍ୟଜୀବି ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୯୦ଦଶକରେ ଏହି ଜେଠି ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣା ବେକ୍ଷଣ ପ୍ରତି ଆଉ ଗୁରୁତ୍ୱ ଦିଆଗଲା ନାହିଁ। ଜେଠି ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାନଯିବା ଯୋଗୁଁ ପ୍ରଥମତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମାନଙ୍କ ବୋଟ ଲାଗି ପାରୁନାହିଁ।ଦେବୀ ନଦୀ ନିକଟସ୍ଥ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୨୧ଟି ସାମୁଦ୍ରିକ ଗାଁ ରହିଛି। ଏହି ସମସ୍ତ ଗାଁର ଅଧିକାଂଶ ଲୋକ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି।ନୂଆଗଡ ଜେଠି ନିକଟରେ କିଛି ଟ୍ରଲର, ଭୂଟୁଭୁଟି, ହାତ ବାହାଣୀ ଡ଼ଙ୍ଗା ରହିଥିବା ବେଳେ ୧୦୦ଟି ଟ୍ରଲର ଲାଇସେନ୍ସ ରହିଛି ବୋଲି ସୂଚନା ମିଳିଛି।କିନ୍ତୁ ଭିତ୍ତି ଭୂମି ଅଭାବ ହେତୁ ଅନେକ ଟ୍ରଲର ପାରାଦ୍ୱୀପ ରହୁଛନ୍ତି। ମାତ୍ର ବେସରକାରୀ ଭାବେ ଅଧିକ ଥିବା ଅନୁମାନ କରାଯାଏ। ଦେବୀ ନଦୀ ଉପରେ ଭରସା କରି ଜୀବିକା ନିର୍ବାହ କରୁଥିବା ମସ୍ଚ୍ୟଜୀବି ଙ୍କ ପାଇଁ ମାଛ ବିକ୍ରି ପାଇଁ ସ୍ଥାୟୀ ବଜାର ସୁବିଧା ନାହିଁ, ନୂଆଗଡ ଯେଉଁ ଜେଠି ଅଛି ନାଁ ଅଛି ଆଇସି ଫାକ୍ଟ୍ରି, ନାଁ ବିଦ୍ୟୁତ, ନାଁ ପାନୀୟ ଜଳ ବ୍ୟବସ୍ଥା। ଅପରପକ୍ଷେ ବିଭିନ୍ନ ଦେଶ ତଥା ପ୍ରଦେଶର ମସ୍ଚ୍ୟଜୀବି ଓଡିଶା ସୀମା ସମୁଦ୍ରରୁ ମାଛ ଧରି ନେଉଥିବା ବେଳେ ସ୍ଥାନୀୟ ମସ୍ଚ୍ୟଜୀବିଙ୍କ ଦୁଃଖ କହିଲେ ନ ସରେ। ନୂଆଗଡ ରେ ମସ୍ଚ୍ୟ ଗବେଷଣା ଗାର, ପାଣିପାଗ କେନ୍ଦ୍ର, ବରଫ କଳ ଓ ଉଜ୍ଜଳ ଆଲୋକ ବ୍ୟବସ୍ଥା ନାହିଁ। ଅନ୍ୟ ପଟେ ନୂଆଗଡ ରେ ମସ୍ଚ୍ୟଜୀବି ସୁରକ୍ଷା କୁ ଦୃଷ୍ଟିରେ ରଖି ନୂଆଗଡ ରେ ମେରାଇନି ହସ୍ପିଟାଲ, ସ୍ୱତନ୍ତ୍ର ଡିଜେଲ ପମ୍ପ ପ୍ରତିଷ୍ଠା କରିବାକୁ ଦାବୀ କରିଛନ୍ତି। ଏପ୍ରିଲ ୧୫ରୁ ଜୁନ ୧୪ପ୍ରଜନନ ଋତୁ ସମୟରେ ସମୁଦ୍ରକୁ ଯିବା ମନା। ଏ ସମୟରେ ମସ୍ଚ୍ୟଜୀବି ଙ୍କୁ କାମ ଯୋଗାଇ ଦେବାକୁ କିଛି ମସ୍ଚ୍ୟଜୀବି ଦାବୀ କରିଛନ୍ତି। ଏହା ଛଡା ନୂଆଗଡ ରେ ନୂତନ ଜେଠି ନିର୍ମାଣ ସାଙ୍ଗକୁ ଜେଠିର ନବୀକରଣ ଜରୁରୀ ହୋଇ ପଡିଛି। ମୁହାଁଣ ପୋତି ହୋଇ ଥିବାରୁ ବହୁ ଅସୁବିଧା ସମ୍ମୁଖୀନ ହେବାର ନଜିର ରହିଛି। ମସ୍ଚ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର କି ଶୁଖୁଆ ଖଳାଟିଏ ନଥିବାରୁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଜୁଆର ମାଡ଼ରେ ଡ଼ଙ୍ଗା ଭାଙ୍ଗିଗଲେ କ୍ଷତି ପୂରଣ ପାଇବାକୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡିଥାଏ। ସରକାର ତଥା ପ୍ରଶାସନ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ବିଭିନ୍ନ ସୁବିଧା ଯୋଗାଇଦେବାକୁ ମସ୍ଚ୍ୟଜିବୀ ଦାବୀ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ