‘ସୁପୋଷିତ ଓଡିଶା ମିଶନ’ କର୍ମଶାଳା ଅନୁଷ୍ଠିତ

ବାଲେଶ୍ୱର(ସରାେଜ ପଣ୍ଡା):  ଆଜି ୧୦.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହୋଲରେ ଜିଲ୍ଲା ସ୍ତରୀୟ ‘ସୁପୋଷିତ ଓଡିଶା ମିଶନ’ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଉପ ଜିଲ୍ଲାପାଳ, ଶ୍ରୀଯୁକ୍ତ ଶିବ ମାଲବ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୁରୁଖୁରୁରେ ପରିଚାଳିତ ହୋଇଥିଲା। ଏହି କର୍ମଶାଳାରେ ରାଜ୍ୟ ସ୍ତରୀୟ ତାଲିମ ଦାତ୍ରୀ କୁମାରୀ ଇଶିକା ଡାଗା ‘ସୁପୋଷିତ ଓଡିଶା ମିଶନ’ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିଥଲେ। ଗର୍ଭବତୀ ମହିଳା, ୧ ରୁ ୬ ବର୍ଷର ଶିଶୁ ଓ ମା ମାନେ କିପରୀ କୁପୋଷଣରୁ ମୁକ୍ତ ହୋଇପାରିବ, ସେହି ବାବଦରେ ସେ ଆଲୋଚନା କରିଥଲେ। ଆଗାମୀ ୨୦୨୯ ମସିହା ସୁଦ୍ଧା  ଶତ ପ୍ରତିଶତ ପୁଷ୍ଟିହୀନତା ମୁକ୍ତ ଓଡିଶା ଗଠନ, ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ବାଲେଶ୍ୱର ଜିଲ୍ଲାକୁ କିପରି କମ୍ ସମୟ ମଧ୍ୟରେ, ସହଜରେ ପୁଷ୍ଟିହୀନତା ମୁକ୍ତ ହୋଇପାରିବ, ସେହି ସମ୍ବନ୍ଧରେ ସେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ପୁଷ୍ଟିହୀନତା ମୁକ୍ତ ବାଲେଶ୍ୱର ଗଠନ କରିବା ପାଇଁ କର୍ମଶାଳାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେ ଶପଥ କରାଇଥିଲେ । ବାଲେଶ୍ୱର ଜିଲ୍ଳାର ସମସ୍ତ ସିଡ଼ିପିଓ, ସୁପରଭାଇଜର ଓ ଅଙ୍ଗନୱାଡ଼ି ଦିଦି ମାନଙ୍କ ସମେତ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ଅନେକ ଅଧିକାରୀ ଗଣ ଏହି କର୍ମଶାଳାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଜିଲ୍ଲା ସଂଯୋଜକ, ପୋଷଣ, ଶ୍ରୀମତୀ ପଲ୍ଲୀଶ୍ରୀ ଦେବୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ