ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ପାତ୍ରପୁର(ଓ୍ବାଇଏନଏସ): ଜରଡ଼ା ଥାନା ପାତ୍ରପୁର ବ୍ଲକ୍ ଖାରିଆ ଗୁଡା ପଞ୍ଚାୟତ ଏସ ବି  ଜଗଦେବ ପୁର  ଗ୍ରାମର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇଥିବା ବେଳେ ନିର୍ମାଣ ଧୀନ ଛାତରୁ ଖସି ମୃତୁ ଘଟିଛି। ମୃତକ ଜଣକ ହେଉଛନ୍ତି  ଧନୁ କୁଣ୍ଡଙ୍କ ତୃତୀୟ ପୁତ୍ର ମନୋଜ କୁମାର କୁଣ୍ଡର(୨୭) ବର୍ଷ ବୋଲି ଜଣାପଡିଛି।  ମଙ୍ଗଳବାର ଭୋର ସମୟରେ ମନୋଜ ଏକ ନିର୍ମାଣ ଧୀନ ଛାତ ରୁ ଖସି ଘଟଣା ସ୍ଥଳରେ ହିଁ ତାଙ୍କର  ମୃତ ହୋଇଥିବା ନେଇ କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ଏ ନେଇ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ମିଳିବା ପରେ ମୁମ୍ବାଇ ରେ ଥିବା  ତାଙ୍କର ଜଣେ ସମ୍ପର୍କୀୟ ଭାଇ ଓ ମାମୁ ଙ୍କ ସହାୟତା ରେ ବୁଧବାର ରାତିରେ ତାଙ୍କ ଶବ ଗାଁ ରେ  ପହଂଚି ଥିବା ବେଳେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶବ ସତ୍କାର କରାଯାଇଛି। ପ୍ରକାଶ ଥାଉକି ପୂର୍ବରୁ ପ୍ରାୟ ସାତ ବର୍ଷ ପୂର୍ବେ  ଧନୁ କୁଣ୍ଡ ଙ୍କ ର ବଡ଼ ପୁଅ ମୁମ୍ବାଇ ର ଏକ କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ଠିକ ସେମିତି ବଡ଼ ପୁଅ  ର ମଧ୍ୟ ଛାତ ରୁ ଖସି ମୃତ୍ୟୁ ହୋଇଥିଲା। ସେ ଜଣେ ଗରିବ ପରିବାର ର ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତା ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ