ରିଲିଜ ହେଲା ଓଡ଼ିଆ ଚଳଚିତ୍ର”ଶମ୍ଭୁ”
କଟକ, (ଓ୍ବାଇଏନଏସ): ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚିତ୍ର”ଶମ୍ଭୁ”କଟକ ସହିତ ଓଡ଼ିଶାର ଅନେକ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଅଛି।ବିଭୁତି ଜେନାଙ୍କ ଅନୁପମା ମୁଭି ଦ୍ୱାରା ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚିତ୍ର”ଶମ୍ବୁ”ଦେଖିବାକୁ ଦର୍ଶକ ମାନଙ୍କ ମଧ୍ୟରେ ଅକୁଣ୍ଠ ଉଚ୍ଛ୍ୱାସ ଦେଖିବାକୁ ମିଳିଥିଲା।ଆଜି କଟକର ସଙ୍ଗମ ସିନେପେକ୍ସରେ ମଧ୍ୟ ଏହାର ଆଜି ଗ୍ରାଣ୍ଡ ପ୍ରିମିୟର ସୋ ଆରମ୍ଭ ହୋଇଯାଇଛି।ଏହି ଚଳଚ୍ଚିତ୍ରରେ ନିର୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ କହିବା କଥା ଏହି ଚଳଚିତ୍ରଟି ଠିକ୍ ସମୟରେ ରିଲିଜ ହୋଇପାରିଲା ନାହିଁ କାରଣ ପାର୍ବଣ ରିତୁ ପୂର୍ବରୁ ରିଲଜ ହେବାର ଥିଲା କିନ୍ତୁ ସିନେମା ହଲ ନ ମିଳିବାରୁ ବିଳମ୍ବରେ ଅଜି ରିଲିଜ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ଆଜି ପ୍ରଥମ ଦିନରେ ବହୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଏହି ଚଳଚ୍ଚିତ୍ରର କାହାଣୀ ଅନୁପମା ଜେନା ସାଙ୍ଗକୁ ହରିହର ମହାପାତ୍ରଙ୍କ କମେଡି ସହ ପିୟୁଷ ତ୍ରିପାଠୀଙ୍କ ଖଳନାୟକ ଚରିତ୍ର ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁ ପାରିବ ବୋଲି ଆଶାବାଦୀ ଅଛନ୍ତି ଅନୁପମା ମୁଭିର ସମସ୍ତ ପରିବାର ସଦସ୍ୟ।

 
             
						 
						 
						 
						 
						 
						
