ବାଙ୍ଗାଲୋରରେ ଓଡିଆ ଯୁବକ ମୃତ

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ସୁବଳ ମୁଦୁଲି (୪୨) ଙ୍କ ବାଙ୍ଗାଲୋର ଠାରେ ଗୁରୁବାର ଦିନ ମୃତ୍ୟୁ ଘଟିଛି। ସେ ୧୦/୧୨ ବର୍ଷ ହେଲା ବାଙ୍ଗାଲୋରରେ ରହି ବିଭିନ୍ନ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ୮ତାରିଖ ଦିନ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ବଞ୍ଚୋ ଗାଁକୁ ପଠାଇଥିଲେ। ଗତକାଲି ରାତିରେ ମରଶରୀର ଗାଁ ରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଗାଁ ରେ ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା। ତାଙ୍କର ବିଧବା ପତ୍ନୀ ଓ ଦୁଇଟି ଛୋଟ ଛୋଟ ଶିଶୁ ସନ୍ତାନ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ