ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଜୀବନରେ ଭଲ ମଣିଷ ହେବାକୁ ହେଲେ କଠୋର ପରିଶ୍ରମ କରିବା ଦରକାର । କଠୋର ପରିଶ୍ରମ ବଳରେ ସଫଳତା ମିଳେ ବୋଲି ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ ଦିବସ(ଐକ୍ୟମ ୫.୦-୨୦୨୬) ପାଳନ ଅବସରରେ ଅତିଥି ମାନେ ଯୋଗ ଦେଇ କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲା ଓଡିଶା ଆଦର୍ଶ ବିଦ୍ୟାଳୟ ସମୂହର ନୋଡାଲ ଅଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମହାକୁଡ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ, ଶାରିରୀକ କ୍ରୀଡା ଶିକ୍ଷକ ରତିକାନ୍ତ ପଣ୍ଡା ମଞ୍ଚ ସଂଯୋଜନା ଓ ଅତିଥି ପରିଚୟ ଏବଂ ଅଧ୍ୟାପକ ସନ୍ତୋଷ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ମୁଖପତ୍ର ‘ଇନ୍ସପିରିଆ’ ଏବଂ ଆର୍ଟ ଗ୍ୟାଲେରୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରେ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇଯାଇଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଅଣ ଶିକ୍ଷା କର୍ମଚାରୀ ଏବଂ ବିଦ୍ୟାଳୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଅବିନାଶ ତ୍ରିପାଠୀ, ପ୍ରହଲ୍ଲାଦ ମହାକୁଡ, ବେଦବ୍ୟାସ ମଲ୍ଲିକ, ଅଧ୍ୟାପିକା ତୃପ୍ତିମୟୀ ଦେହୁରୀ, ବିଶାଖା ଲେଙ୍କା, ଜାଲିନା ସାହୁ, ଶିକ୍ଷକ ସମର କୁମାର ପରିଡା, ଅଶୋକ କୁମାର ମଲ୍ଲିକ, ନାରାୟଣ ମହାକୁଡ, ରଶ୍ମି ରଞ୍ଜନ ଓଝା, ବିଭୁଦତ୍ତ ନନ୍ଦ, ଶିକ୍ଷୟିତ୍ରୀ ଡ.ଅମ୍ବିକା ଜେନା, ଜୟନ୍ତୀ ପରିଡା, ଭାଗ୍ୟଶ୍ରୀ ମହନ୍ତ, କଳା ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାପ୍ରିୟା ବିଶ୍ୱାଳ, ମ୍ୟୁଜିକ୍ ଶିକ୍ଷୟିତ୍ରୀ ଅନନ୍ୟା ବିଶ୍ୱାଳ, ଶିକ୍ଷା କର୍ମଚାରୀ ସତ୍ୟପ୍ରିୟ ସୁଶୀଲ ନାୟକ, ଗୌରହରି ମୁଖୀ, ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ