ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ଟପ୍ପର କାବ୍ୟ ରଞ୍ଜନ

ବନ୍ତ (ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ରାଜ୍ୟରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୯୧.୮ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର କାବ୍ୟ ରଞ୍ଜନ ମାଝୀ ୯୯.୪ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ରୁ ୪୯୭ ନମ୍ବର ରଖି ରାଜ୍ୟ ତଥା ଜିଲାର ଗୌରବ ବୃଦ୍ଧି କରିଛନ୍ତି । ସେ ବନ୍ତ ବ୍ଲକ ଅଢାଳପଙ୍କସ୍ଥିତ ବେଲଗଢିଆ ଗ୍ରାମର ରବିନ୍ଦ୍ର ମୋହନ ମାଝୀ ଓ ମାତା ଶୁଭଶ୍ରୀ ମାଝୀଙ୍କ ପୁତ୍ର ଅଟନ୍ତି । ଏହି ସଫଳତାର ଶ୍ରେୟ ସେ ପିତାମାତା ଏବଂ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଭବିଷ୍ୟତରେ ସେ ଜଣେ ଆଇଏଏସ୍ ଅଫିସର ହେବାର ଲକ୍ଷ୍ୟ ରଖିଛି । ଏହି ବିଦ୍ୟାଳୟର ଦଶମ ଶ୍ରେଣୀରେ ୭୬ ଜଣ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । କାବ୍ୟ ରଞ୍ଜନଙ୍କ ସମେତ ଏହି ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ୯୬.୪ ପ୍ରତିଶତ ରଖି ୨ୟ ଏବଂ ସ୍ୱାତୀ ସ୍ୱୟଂନ୍ତୀକା ସୁଆର ୯୬.୨ ପ୍ରତିଶତ ରଖି ୩ୟ ସ୍ଥାନରେ ଅଛନ୍ତି । ୫ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୧୫ ଜଣ ୯୦ ପ୍ରତିଶତରୁ ଅଧିକ ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀର ୪୦ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । କାବ୍ୟ ରଞ୍ଜନଙ୍କୁ ବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ସଫଳତା ଅର୍ଜ୍ଜନ କରିବାକୁ ଶୁଭକାମନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ