ସିବିଏସସି ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା

ହାଟଡିହି (ବିକାଶ ବିଶ୍ବାଳ) : ପ୍ରକାଶ ପାଇଛି ସିବିଏସସି ପରୀକ୍ଷା ଫଳ, ଏହି ପରୀକ୍ଷାରେ ହାଟଡିହି ବ୍ଲକର ସୁନ୍ଦରାପାଳ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ୭ଜଣ ଛାତ୍ରଛାତ୍ରୀ ୯୦ଭାଗରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୪ଜଣ ଛାତ୍ର ଛାତ୍ରୀ ୮୦ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଚେତନ ଚନ୍ଦ୍ରେଶ କର ୯୫.୦୮ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅର୍ପିତା ପ୍ରିୟଦର୍ଶିନୀ ପାଣିଗ୍ରାହୀ ଓ ଦେବସ୍ମିତା ବରାଳ ଉଭୟ ୯୩.୦୪ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ଓ ବିଶ୍ୱ ବିଜୟିନି ପଣ୍ଡା ୯୧.୦୨ ପ୍ରତିଶତ ମାର୍କ ରଖି ତୃତୀୟ ହାସଲ କରିଛନ୍ତି ।

ଅରୂପା ନନ୍ଦ ବେହେରା ଓ ଲତିକେନ୍ଦୁ ଜେନା ୯୦.୦୮ପ୍ରତିଶତ ଓ ଧନୁର୍ଜୟ ଗିରି ୯୦.୦୬ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅର୍ପିତା ନାୟକ ୯୦.୦୮ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିପ୍ରାଶା ରାଉତରାୟ ଆଇ. ଟି ରେ ଶତ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଗୌରବ ଆଣିଛନ୍ତି। ଛାତ୍ର ଛାତ୍ରୀ ଙ୍କ ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଲା ରାଉତ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସହ ଉନ୍ନୀତ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ ମୟ ହେଉ ଶୁଭଆଶୀର୍ବାଦ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ