ଓଡିଶା ପାନୀୟ ନିଗମ ଡିପୋ ଓ କାର୍ଯ୍ୟାଳୟ ଉଦଘାଟିତ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିଆବାଲି ନିକଟସ୍ଥ ମାୟାପାଟଣା ଗ୍ରାମ ଠାରେ ଓଡିଶା ପାନୀୟ ନିଗମ ଡିପୋ ଏବଂ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି। ଏହାକୁ ଓଡିଶା ସରକାର ଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ର ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଭିଡିଓ କନଭେନ୍ସ ମାଧ୍ୟମରେ ରେ ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ ଏବଂ ଡିପୋ ଉପରେ ଗଞ୍ଜାମ, ବ୍ରହ୍ମପୁର, କନ୍ଧମାଳ ଓ ଗଜପତି ଅବକାରୀ ଜିଲ୍ଲା ର ରିଟେଲର ମାନେ ନିର୍ଭର କରିବେ। ଯାହାଦ୍ୱାରା ଅଞ୍ଚଳବାସୀଙ୍କୁ ଉତ୍ତମ ସେବା, ସୁଚାଳିତ ପ୍ରଶାସନ ଓ ସାର୍ବଜନିକ ସୁବିଧା ସୁନିଶ୍ଚିତ ହେବା ସହିତ ଅଞ୍ଚଳର ସାମଗ୍ରିକ ଉନ୍ନୟନକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଇଛି । ଏହି ଉଦଘାଟନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଗଞ୍ଜାମ ଅବକାରୀ ଅଧୀକ୍ଷିକ ଅମରେନ୍ଦ୍ର ଜେନା, ଓଡିଶା ପାନୀୟ ନିଗମ ର ଜେନରାଲ ମ୍ୟାନେଜର ( ବୈଷୟିକ) ବୈୟଜନ୍ତି ପଣ୍ଡା, ଆଇଟି ମ୍ୟାନେଜର ଦେବେନ୍ଦ୍ର ସାହୁ, ଚିଫ ମ୍ୟାନେଜର ( ଫାଇନାନ୍ସ ) ଭାନୁପ୍ରିୟା ଶବର ଉପସ୍ଥିତ ଥିବା ବେଳେ ଭି ସି ମାଧ୍ୟମରେ ଅବକାରୀ ବିଭାଗ ର ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା, ଓଡିଶା ଅବକାରୀ ଆଯୁକ୍ତ (କଟକ )ପି. ଅନ୍ଵେଷା ରେଡ୍ଡୀ, ଓଡିଶା ପାନୀୟ ନିଗମ ଲିଃ ର ପରିଚାଳନା ନିର୍ଦେଶକ( ଭୁବନେଶ୍ୱର) ଦେବେନ କୁମାର ପ୍ରଧାନ ପ୍ରମୁଖ ଯୋଡି ହୋଇଥିଲେ । ଦୀର୍ଘ ଦିନ ହେଲା ଏହି ଡିପୋ ଓ କାର୍ଯ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଆଜି ଉଦଘାଟନ ହୋଇଛି । ଏହା କେବେ କାର୍ଯକାରୀ ହେବ ସେନେଇ ସାଧାରଣ ରେ ଆଲୋଚନା ହୋଇଛି ।ସୂଚନା ବର୍ତମାନ ଏହି ଡିପୋ ଓ କାର୍ଯ୍ୟାଳୟ ଦୀର୍ଘ ବର୍ଷଧରି କନିଷି ଠାରେ ଭଡା ରେ ଚାଲିଛି ।


