ଓଡ଼ିଶା ପାଠ୍ୟକ୍ରମ ରୂପରେଖ ତାଲିମ୍ ଉଦଯାପିତ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ):ଚିକିଟି  ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଦୀର୍ଘ ୨୦ ଦିନ ଧରି ଚାଲିଥିବା ଓଡ଼ିଶା ପାଠ୍ୟକ୍ରମ ରୂପରେଖ ତଥା ନୂତନ ପାଠ୍ୟ ପୁସ୍ତକ ସଞ୍ଚାଳନ ତାଲିମ୍  ପ୍ରବୋଧନ  କାର୍ଯ୍ୟକ୍ରମ  ଉଦଯାପିତ ହୋଇ ଯାଇଛି।ଏହି ତାଲିମ୍ ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗ ଦେଇ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ପ୍ରସ୍ତୁତି ଆଧାରରେ ଆଗକୁ ଆସିବାକୁ ଥିବା ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକର ସଞ୍ଚାଳନ ଚିକିଟୀ ବ୍ଲକ୍ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ କିପରି ସୁଚାରୁ ରୁପେ ସଞ୍ଚାଳନ ହୋଇ ପାରିବ ତାହା ଉପରେ ଗୁରୁତ୍ୱରୋପ କରିଥିଲେ.  ନୂତନ ଶିକ୍ଷଣ ଶିକ୍ଷାଦାନ ପଞ୍ଚପଦୀ ପଦ୍ଧତି ଅବଲମ୍ବନ ପୂର୍ବକ ନୂତନ ଢାଞ୍ଚା ପ୍ରଚଳନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଆହ୍ଵାନ ମଧ୍ୟ  ଦେଇଥିଲେ। ବି  ଆର୍ ସି ସି ତ୍ରିନାଥ ମଲ୍ଲିକ  ଚିକିଟୀ କଳା ଓ ସଂସ୍କୃତିର ମାଟି ଏହା  ଶିଶୁର ସାମଗ୍ରିକ ବିକାଶ ଫର୍ଦ୍ଦ କ୍ଷୀପ୍ର ବେଗରେ କରି ଥାଏ ବୋଲି କହିଥିଲେ. ଆଗକୁ ଆସୁଥିବା ସମସ୍ତ ଆହ୍ଵାନ ଗୁଡିକୁ  ସ୍ବୀକାର କରି ଶିଶୁର ବିକାଶ ପାଇଁ ତତ୍ପର ରହିବାକୁ ମଧ୍ୟ  ପରମର୍ଶ ଦେଇଥିଲେ। ଚିକିଟୀ ବ୍ଲକ୍ ଅଧୀନସ୍ଥ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୩୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ତିନୋଟି ତାଲିମ୍ ଶିବିର ଯଥା ରାଜ କବି ରାଧାମୋହନ ବିଦ୍ୟା ପୀଠ, ପି ଏମ ଶ୍ରୀ ରାଜ ଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଝାଟି ପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଚାରି ପର୍ଯ୍ୟାୟ ବିଶିଷ୍ଟ ଶିବିରରେ ରାଜ୍ୟ ସ୍ତରୀୟ ମୁଖ୍ୟ ସମ୍ବଳ ଶିକ୍ଷକ ଶ୍ରୀ ନରେନ୍ଦ୍ର ସାହୁ, ଶ୍ରୀ ରଞ୍ଜନ କୁମାର ବ୍ରହ୍ମା ଓ ଶ୍ରୀ କେଦାର ନାଥ ରାଉଳ ସମେତ ସହଯୋଗୀ ସମ୍ବଳ ଶିକ୍ଷକ ଭାବେ ଶ୍ରୀ ଲବ ସାହୁ,ଶ୍ରୀ ଅର୍ଜ୍ଜୁନ ପାତ୍ର, ଶ୍ରୀମତୀ ଏ ଦମୟନ୍ତୀ,ଶ୍ରୀମତୀ ସୁଜାତା ପାଣିଗ୍ରାହୀ, ଶ୍ରୀ ରାଜ କିଶୋର ପଣ୍ଡା ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଜାତୀୟ ଶିକ୍ଷା ନୀତି ୨୦୨୦, ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫, ଭାରତୀୟ ଜ୍ଞାନ ପରମ୍ପରା,ପଞ୍ଚ କୋଷ ବିକାଶରେ ଶିଶୁର ସାମଗ୍ରିକ ବିକାଶ, କଳା ଓ ସୋନ୍ଦର୍ଯ୍ୟ ଶିକ୍ଷା, କ୍ରୀଡା ଓ ଶାରୀରିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ସହ ପଞ୍ଚପଦୀ ଶିକ୍ଷଣ ଶିକ୍ଷାଦାନ ଆଧାରରେ ସମସ୍ତ ବିଷୟ ଯଥା ଭାଷା (ଓଡ଼ିଆ,ଇଂରାଜୀ,ସଂସ୍କୃତ ଓ ହିନ୍ଦୀ) ପରିବେଶ,ଗଣିତ,ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ସକରାତ୍ମକ ତଥା ପ୍ରଭାବଶାଳୀ ଢଙ୍ଗରେ ଶିବିରରେ ତାଲିମ୍ ପ୍ରଦାନ କରିଥିଲେ।ଏହି ତାଲିମ୍ କାର୍ଯ୍ୟକ୍ରମକୁ ବ୍ଲକ୍ ର ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାୟକ ସେଠୀ ଓ ମେଘନାଥ ବେହେରା ସମେତ  ସି ଆର ସି ସି ଅମର କୁମାର ସାହୁ, ମିନତୀ କୁମାରୀ ପାଠୀ, ସୁଜିତ୍ କୁମାର ପାଢ଼ୀ,କୁରେଶୁ ସାହୁ, ନାକା. ଆପନା, ଧର୍ମରାଜ ବେହେରା, ଚିନ୍ତାମଣି ଜାନି,ସୁଶାନ୍ତ କୁମାର ପ୍ରଧାନ,ନାରାୟଣ ପ୍ରଧାନ,ମଞ୍ଜନ କୁମାର ବେହେରା ଓ ବି. ଭେଙ୍କେଟେଶ ଆଦି ଶିବିର କାର୍ଯ୍ୟ ପରିଚଳନାରେ ସହଯୋଗ କରି ତାଲିମ୍ କାର୍ଯ୍ୟକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ