ରଣଜୀ ଟ୍ରଫିର ପ୍ରଥମ‌ ମ୍ୟାଚରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି ଓଡ଼ିଶା

କଟକ,(ଓ୍ବାଇଏନଏସ) : ରଣଜୀ ଟ୍ରଫିର ପ୍ରଥମ‌ ମ୍ୟାଚରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି ଓଡ଼ିଶା। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍ ଏର ପ୍ରଥମ‌ ମ୍ୟାଚରେ ବରୋଦାଠାରୁ ୭ଓ୍ବିକେଟରେ ପରାସ୍ତ ହୋଇଛି ଘରୋଇ ଦଳ। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୨୭୧ରନ୍ କରିଥିଲା। ଜବାବରେ ବରୋଦା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରି ୭ଓ୍ବିକେଟରେ ୪୧୩ରନ୍ କରି ପାଳି ଘୋଷଣା କରିଥିଲା। ଆଜି ଚତୁର୍ଥ ତଥା ଶେଷ ଦିନରେ ଓଡ଼ିଶା ଦ୍ବିତୀୟ ଇନିଂସ ଖେଳି ୧୭୪ରନରେ ସୀମିତ ରହିଯାଇଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି ୫୯ରନ କରି ଅପରାଜିତ ରହିଥିବାବେଳେ ଅନ୍ୟ କୌଣସି ବ୍ୟାଟରଙ୍କ ବ୍ୟାଟରୁ ସ୍କୋର ବାହାରି ନ ଥିଲା।‌ ଦ୍ବିତୀୟ ପାଳିରେ ୩୫ରନର ସହଜ ବିଜୟ ଲକ୍ଷ୍ୟକୁ ୩ଓ୍ବିକେଟ ହରାଇ ହାସଲ କରି ନେଇଥିଲା ବରୋଦା। ରଣଜୀ ଟ୍ରଫି ସିଜନ୍ ଆରମ୍ଭରୁ ଓଡ଼ିଶା ଦଳର ଏଭଳି ପ୍ରଦର୍ଶନ ବେଶ୍ ନିରୁତ୍ସାହଜନକ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ