ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ଛତ୍ରପୁର, (ଓ୍ବାଇଏନଏସ):  ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ତରଫରୁ ବୈଠକ ସଭାପତି  ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି l  ଏଥିରେ ସଂଘ ର ସମ୍ପାଦକ ସୋମନାଥ ସାହୁ, କାର୍ଯ୍ୟକାରୀ ସଭାପତି  କିଶୋର ଚନ୍ଦ୍ର ପାଢ଼ୀ, ଉପସଭାପତି ଡ଼ଃ ପ୍ରଶାନ୍ତ କୁମାର ଶତପଥୀ, କୋଷାଧକ୍ଷ  ଜି. ପାପା ରାଓ, ସମୀକ୍ଷକ ଦଣ୍ଡପାଣି ରାଉଳ ମଂଚାସୀନ ରହି ନିଜ ଅଭିଭାଷଣରେ ସମାଜ ପ୍ରତି ଅବସରପ୍ରାପ୍ତ କର୍ମଚାରୀ ସଂଘର ଆବଶ୍ୟକତା ଓ ଭୂମିକା ବିଷୟରେ ଆଲୋକପାତ କରିଥିଲେ  l ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜି. କ୍ରିଷ୍ଣାରାଓଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନେଟ ନୀରବ ପ୍ରାଥନା କରାଯାଇଥିଲା l ଛତ୍ରପୁର ରେଳ ଷ୍ଟେସନ ର ରେମ୍ପ ଆଧୁନିକ କାରଣ ନାମରେ ବହୁଦିନ ହେଲା ଭଙ୍ଗା ଯାଇଥିବାରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ରେଳରେ ଯିବା ଆସିବା ପାଇଁ ବହୁତ ଅସୁବିଧାର ହେଉଥିବା ବହୁ ସଦସ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହାର ତୁରନ୍ତ ସୁଧାର ନିମନ୍ତେ ଉଚ୍ଚ କତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଅବଗତି ନିମନ୍ତେ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଗଲା l ଏହି କାର୍ଯ୍ୟକ୍ରମରେ  ନିରଞ୍ଜନ ତ୍ରିପାଠୀ, ଅଶ୍ୱିନୀ କୁମାର ଚୌଧୁରୀ,ଜି. ସେସୁ ରେଡ୍ଡୀ, କାସିରାମ ସାହୁ, ସୂର୍ଯ୍ୟ ନାରାୟଣ ଦାସ,  ଏ. ବିଶ୍ୱମ୍ବର, ପ୍ରକାଶ ଚନ୍ଦ୍ର ଦାସ, ପ୍ରଦୀପ ପଣ୍ଡା,   କେ. ହୃଷିକେଶ ରାଓ, ନରସିଂହ ରେଡ୍ଡୀ, ଘନଶ୍ୟାମ ବେହେରା,ବିଜୟ ସାହୁ, ମଙ୍ଗଳା ଚରଣ ସ୍ୱାଇଁ, ଦାଶରଥୀ ବେହେରା, କୃଷ୍ଣ ଚନ୍ଦ୍ର ରଥ, ବାଉରୀ ବନ୍ଧୁ ଷଡ଼ଙ୍ଗୀ, କୃଷ୍ଣ ଚନ୍ଦ୍ର ମାହାଙ୍କୁଡ଼, ରବୀନ୍ଦ୍ର କୁମାର ପାଢ଼ୀ, ଅଭିରାମ ଗୌଡ଼, ଅଭିରାମ ସାହୁ, ତ୍ରିନାଥ ସାହୁ, ରବୀନ୍ଦ୍ର ରଥ, ଏସ୍ ଆନନ୍ଦ ରାଓ, ଭାସ୍କର ଚନ୍ଦ୍ର ସ୍ୱାଇଁ, କୃଷ୍ଣ ସାହୁ,ରବୀନ୍ଦ୍ର ନାଥ ଦାସ ଉପସ୍ଥିତ ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ