ଓଡ଼ିଶା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଟକ, (ଓ୍ବାଇଏନଏସ): ସର୍ବଭାରତୀୟ ପେନ୍‌ସନ୍ ଫେଡ଼୍‌ରେସନ୍‌ର ଆହ୍ୱାନ କ୍ରମେ ଓଡ଼ିଶା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସଂଘ ତରଫରୁ ତା ୨୫.୦୩.୨୦୨୬ରିଖ ପୂର୍ବାହ୍ନ ଘ୧୧.୩୦ମି. ସମୟରେ ୨୦୨୫ ଭାଲିଡ଼େସନ୍ ଆଇନ୍ ପ୍ରତ୍ୟାହାର ଦାବୀରେ ବହୁ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଏକତ୍ରିତ ହୋଇ ଏହାର ପ୍ରତିବାଦ ସ୍ୱରୂପ ମାନ୍ୟବର ପ୍ରଧାନମନ୍ତ୍ରୀ୍‌କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର କଟକ ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଉଲ୍ଲେଖ ଯୋଗ୍ୟ ଏହିକି ସପ୍ତମ ବେତନ କମିଶନ ଲାଗୁ ହେବାବେଳେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା, ଲାଗୁ ହେବାକୁ ଥିବା ଅଷ୍ଟମ ବେତନ କମିଶନରେ ତାହାର ଉଲଂଘନ କରାଯାଇ ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଏଥିରୁ ବଂଚିତ କରାଯିବାର ପ୍ରୟାସ ସମ୍ପର୍କରେ କେନ୍ଦ୍ର ପାର୍ଲାମେଣ୍ଟରେ ତା ୨୫.୦୩.୨୦୨୫ରିଖରେ ଏକ ବିଲ୍ ପାରିତ ହୋଇଅଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପେନ୍‌ସନ୍ ଭୋଗୀମାନେ ଗଣ ଆବେଦନ ଜରିଆରେ ଉକ୍ତ ଭ୍ୟାଲିଡ଼େସନ୍ ଆକ୍ଟ ପ୍ରତ୍ୟାହାର ପାଇଁ ବାରମ୍ବାର ଅନୁରୋଧ କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ତେଣୁ ଆଜି ସାରାଦେଶ ଓ ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରତିବାଦରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କଟକ ଜିଲ୍ଲାପାଳଙ୍କ ଅଫିସ୍‌ରେ ଏହାର ପ୍ରତିବାଦ ଜଣାଇ ସାଧାରଣ ସଂପାଦକ ପ୍ରେମାନନ୍ଦ ଜେନାଙ୍କ ସହିତ ଲକ୍ଷ୍ମୀଧର ସାହୁ, କାର୍ତ୍ତିକ ଚନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ଫକୀର ଚରଣ ଶତପଥବ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ