ଆନ୍ଦୋଳନକୁ ଓଲ୍ହାଇଲେ ଓଡିଶା ରାଜସ୍ୱ ଅମଲା ସଂଘ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ୧୦ ଦାବୀ ନେଇ ଗଜପତି ଜିଲ୍ଲାରେ ଆନ୍ଦୋଳନକୁ ଓଲ୍ହାଇଲେ ଓଡିଶା ରାଜସ୍ୱ ଅମଲା ସଂଘ. ଦାବୀ ପୂରଣ ନ ହେବାରୁ ଅନିର୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅମଲା ସଂଘ. ଏହାସହ ସମସ୍ତେ ଛୁଟିରେ ରହିଛନ୍ତି । ଦାବୀ ପୂରଣ ନେଇ ପୂର୍ବରୁ ବହୁବାର ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ନହେବାରୁ ଆଜି ଠାରୁ ଗଜପତି ଜିଲ୍ଲା ସମସ୍ତ ଅମଳା ମାନେ ଆନ୍ଦୋଳନ କରିଛନ୍ତି। ଜିଲ୍ଲା ରେ ପ୍ରାୟ ୬ଶହ ରୁ ଉର୍ଦ୍ଧ ଅମଳା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ଅଟେ । ଆଜି ଏହି ଆନ୍ଦୋଳନ ପାଇଁ ସମସ୍ତ ସରକାରୀ କାର୍ଯାଳୟ ଖାଁ ଖାଁ, ଚୌକି ଅଛି କିନ୍ତୁ ଅମଳା ନାହାନ୍ତି । ଅମଳା ମାନେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ଏକତ୍ରିତ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ଓଡିଶା ରାଜ୍ୟ ରାଜସ୍ୱ ଅମଲା ସଂଘର ନିର୍ଦେଶକ୍ରମେ ଗଜପତି ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ବହୁ ସଭ୍ୟ/ ସଭ୍ୟା ମାନେ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ଦାବୀ ରହିଛି  ମୂଳ ଦରମା ଓଆରଏସ ପି- ୨୦୧୭ ନିୟମ ଅନୁଯାଇ ଲେବେଲ – ୯ କୁ ବୃଦ୍ଧି କରିବା ।  ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ। ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରାଯାଇ । ଓଡ଼ିଶା ରାଜସ୍ୱ ସେବା ପଦ୍ଧତି ରେ ରାଜସ୍ବ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ। ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବୀ ଗୁଡିକ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ