କଳା ବ୍ୟାଜ ପରିଧ୍ୟାନ କରି ଆନ୍ଦୋଳନକୁ ଓହ୍ଲାଇଲେ ଓଡିଶା ରାଜସ୍ୱ ଅମଲା ସଂଘ
ଛତ୍ରପୁର, (ଓ୍ବାଇଏନଏସ): ୧୦ ଦାବୀ ନେଇ ଜୁଲାଇ ୭ ତଥା ସୋମବାର ଠାରୁ କଳା ବ୍ୟାଜ୍ ପରିଧ୍ୟାନ କରି ଆନ୍ଦୋଳନ ଓଲ୍ହାଇଛନ୍ତି ରାଜସ୍ୱ ଅମଲା ମାନେ | ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧ୍ୟାନ କରିବେ ତା ସତ୍ତ୍ୱେ ଯଦି ରାଜ୍ୟ ସରକାର ଦାବି ଗୁଡିକ ପୂରଣ ନ କରନ୍ତି ତେବେ, ଜୁଲାଇ ୧୪ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ଚେତାବନୀ ଦେଇଛନ୍ତି | ଏହିପରି ପ୍ରେକ୍ଷୀ ରେ ଓଡିଶା ରାଜ୍ୟ ରାଜସ୍ୱ ଅମଲା ସଂଘ ର ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ବହୁ ସଭ୍ୟ/ ସଭ୍ୟା ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ ପରିଧ୍ୟାନ କରି ଏକତ୍ରିତ ହୋଇ ସେମାନଙ୍କ ଦାବୀ ପୂରଣ ନିମନ୍ତେ ସରକାର ଙ୍କୁ ଅନୁରୋଧ କରିଛନ୍ତି, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କ ମୂଳ ଦରମା ଓଆରଏସ ପି- ୨୦୧୭ ନିୟମ ଅନୁଯାଇ ଲେବେଲ – ୯ କୁ ବୃଦ୍ଧି କରିବା | ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯8 / ୧୫. ୦୩. ୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ |ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ | ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରାଯାଇ | ଓଡ଼ିଶା ରାଜସ୍ୱ ସେବା ପଦ୍ଧତି ରେ ରାଜସ୍ବ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ | ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବୀ ଗୁଡିକ ରହିଛି | ଏନେଇ ଗତ ୨୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ଏକ ଦାବୀ ପତ୍ର ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ପ୍ରଦାନ କରାଯାଇଥିଲା