ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ନାଉଗାଁ,(ଓ୍ବାଇଏନଏସ): ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଶନିବାର ବ୍ଳକ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକପତ୍ରରେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଯାଇଥିବା ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳି, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଗ୍ରେଡପେରେ ଥିବା ଅସଙ୍ଗତି ଦୁରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ ଓ ଶିକ୍ଷକ ନିଯୁକ୍ତି, ୨୦୦୪ ଓ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଂଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତେ ପୁରାତନ ପେନସନ ସ୍କିମର ପୁନଃ ପ୍ରଚଳନ ସମୂହ ଦାବି ଉପସ୍ଥାପନ କରାଯାଇଛି। ଏହି ସ୍ମାରକପତ୍ରକୁ ସମିତିର ଜିଲ୍ଲା ଉପଦେଷ୍ଟା ନିରଞ୍ଜନ ମହାନ୍ତି, ଓଷ୍ଟା ବ୍ଳକ ସଭାପତି ସୁକାନ୍ତ କୁମାର ଲେଙ୍କା, ସଂପାଦକ ହିମାଂଶୁ କୁମାର ମହାନ୍ତି, ଉପସଭାପତି ଅଶୋକ କୁମାର ଫାରକ, ନୃସିଂହ ଚରଣ ରାଉତ, ସହସଂପାଦକ ଆଦର୍ଶ ଦାସ, ଅଜୟ କେତନ ସ୍ୱାଇଁ, ଅନନ୍ତ କୁମାର ଗୋଚ୍ଛାୟତ, ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ, ସନ୍ତୋଷ କୁମାର ଦାସ, ସଂଘମିତ୍ରା ନାୟକ, ବିଦ୍ୟୁତପ୍ରଭା ସ୍ୱାଇଁ, ଗୀତାଞ୍ଜଳି ଦାସ, ସୁରେଶ ରାଉଳ, ବାବୁଲାଲ ମଲ୍ଲ୍‌ିକ, ପ୍ରଶାନ୍ତ ଦାସ ପ୍ରମୁଖ ବ୍ଳକ ଶିକ୍ଷାଧିକାରୀ ଉମେଶ ରାଉତଙ୍କୁ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ