ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଓ ନାରୀ ସୁରକ୍ଷା ରୋକିବାରେ ବିଜେପି ବିଫଳ ବିରୋଧରେ ଓଡିଶା ବନ୍ଦ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବାଲେଶ୍ଵର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଓ ତାଙ୍କର ମୃତ୍ୟୁ ପରେ ନ୍ୟାୟ ଏବଂ ରାଜ୍ୟରେ ନାରୀ ସୁରକ୍ଷା ଦିଗରେ ବିଜେପି ସରକାର ବିଫଳ ବିରୋଧରେ ଆଜି କଂଗ୍ରେସ ଦଳ ପକ୍ଷରୁ ସାରା ଓଡିଶା ବନ୍ଦ କରାଯାଇଛି । ପ୍ରଥମେ ବାଲେଶ୍ୱର ଓ ପରେ ଏମ୍ସ ମେଡିକାଲରେ ନିଜ ଜୀବନ ସହ ସଙ୍ଘର୍ଷ କରି ଶେଷରେ ହାରିଯାଇ ଶେଷରେ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ବିଜେପି ରାଜ୍ୟ ସରକାର ତୁରନ୍ତ ରାତାରାତି ଶବ ବ୍ୟବଛେଦ କରି ବିଜେପି ନେତାଙ୍କ ଉପସ୍ଥିତିରେ ମେଡିକାଲ ପଛ ଗେଟରେ ପୋଲିସ ସୁରକ୍ଷାରେ ଶବକୁ ବାହାର କରିଛନ୍ତି। ଯାହାକି ସଂନ୍ଦେହଜନକ ଘଟଣା ହୋଇଛି l ଏହି ଅପାରଗ ଏବଂ ସ୍ଥାଣୁ ବିଜେପି ସରକାର ପାଇଁ ଗୋଟେ ନିରୀହ ଝିଅର ଜୀବନ ବାଜି ଲାଗିଛି। ଏହି ଭଉଣୀଟି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟ ଥିଲେ ମଧ୍ୟ ନିଜ ଉପରେ ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ଅଧିକାର ପାଇଁ  ନିଜ ଦଳର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ, ବିଧାୟକ ମାନସ ଦତ୍ତ, ସାଂସଦ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି କର୍ମକର୍ତ୍ତାଙ୍କୁ ଜଣାଇ ବିଫଳ ହୋଇ ଶେଷରେ ଆତ୍ମହତ୍ୟା ପରି ବିକଳ୍ପ ବାଛି ନେଇଥିଲେ। ଶେଷରେ ପୀଡିତା ସୌମ୍ୟାଶ୍ରୀଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ନିଦ ବିଷ୍ଣୁ ସାଜି ଚୁପଚାପ ରହିଛନ୍ତି । ମୃତ ଛାତ୍ରୀ ସୌମାଶ୍ରୀ ବିଶିଙ୍କୁ ନ୍ୟାୟ ଏବଂ ଦିନକୁ ଦିନ ଘଟୁଥିବା ନାରୀ ମାନଙ୍କ ପ୍ରତି ଅତ୍ୟାଚାର ଓ ତାଙ୍କୁ ସୁରକ୍ଷା ଦେବାରେ ମୋହନ ସରକାର ବିଫଳତାକୁ ନେଇ ପିସିସି ଆହ୍ୱାନକ୍ରମେ ଓଡିଶା ବନ୍ଦ ହେବା ସହିତ ସାରା କେନ୍ଦୁଝର ଜ଼ିଲ୍ଲାରେ ସମସ୍ତ ବ୍ଲକରେ ସମସ୍ତ କାର୍ଯ୍ୟାଳୟ,ସ୍କୁଲ ଓ କଲେଜ, ଯାନବାହାନ, ପେଟ୍ରୋଲ ପମ୍ପ, ଦୋକାନ ବଜାର ବନ୍ଦ କରାଯାଇଥିଲା। କେବଳ ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ଗାଡି ଗୁଡିକକୁ ଛାଡି ଦିଆ ଯାଇଥିଲା। ଜ଼ିଲ୍ଲା ସଦର ମହାକୁମା ଠାରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗାନ୍ଧୀ ଛକ, ଲାବଣ୍ୟ ଛକ, ଜ଼ିଲ୍ଲା କୋର୍ଟ, ସିରାଜୁଦ୍ଦିନ ଛକ ଓ ପୁରୁଣା ବଜାର ଠାରେ କଂଗ୍ରେସ କର୍ମୀ ମାନେ ବନ୍ଦ କରିଥିଲେ। ଏହି ବନ୍ଦ କାର୍ଯ୍ୟକ୍ରମରେ ଜ଼ିଲ୍ଲା କଂଗ୍ରେସ ସଂଯୋଜକ ସଂଗୀତା ସିଂହ, ପୂର୍ବତନ ପିସିସି ସାଧାରଣ ସମ୍ପାଦକଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର,ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ମହିଳା ନେତ୍ରୀ ପ୍ରତିଭା ମଞ୍ଜରୀ ନାଏକ, ସୋନାଲି ମାର୍ଣ୍ଡି, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ଦାସ, ଉତ୍ତମ କୁମାର ସାହୁ, ରତ୍ନାକର ଜେନା, ଲଳିତ ମୋହନ ନାୟକ, ମନୋରଞ୍ଜନ ରାଉତ, ଦିନେଶ ରାଉତ, ସୁଢଳ କୁମାର ସେଠି, ସୁରଜିତ ଦାସ, ଦିଲ୍ଲୀପ କୁମାର ସାହୁ, ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ଯୁବ କଂଗ୍ରେସ ନେତା ସୌମ୍ୟରଞ୍ଜନ ରାଉତ, ଏତିହ୍ୟ ଦିବ୍ୟ ସିଂହ, ମାନସ ବେହେରା, ସୌମ୍ୟରଂଜନ ପଲେଇ, ସଂଗ୍ରାମ ବେହେରା, ଅଭିଜିତ ବେହେରା ପ୍ରମୁଖ କେନ୍ଦୁଝର ବନ୍ଦରେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ