ପୁରୁଣାଭଟା ରାସ୍ତା ଶୋଚନୀୟ ଅବସ୍ଥା: ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): କଲ୍ୟାଣସିଂହପୁର ସଦର ମହାକୁମା ଅନ୍ତର୍ଗତ ପୁରୁଣାଭଟା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ରହିଥିବାରୁ ଗ୍ରାମବାସି ଯମ ଯନ୍ତ୍ରଣା ଭଗଉଥିବା ରାସ୍ତାରୁ ଜଣା ପଡିଛି। ଏହି ଗ୍ରାମରେ ଶତାଧିକ ଆଦିବାସୀ ଲୋକ ବସବାସ କରିଥିବା ବେଳେ ଲୋକଙ୍କ ଚାଲିବା ପାଇଁ ଭଲ ରାସ୍ତାଟିଏ ନଥିବାରୁ କଷ୍ଟ ଭୋଗିବାକୁ ପଡୁଛି। ଡିକେଡିଏ ରାସ୍ତା ଠାରୁ ପୁରୁଣାଭଟା ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ଏକ କିମି ରାସ୍ତାରେ ସ୍ୱାଧୀନତା ଠାରୁ ଆଜିଯାଏ କୋଟିଏ ଟଙ୍କା ଖର୍ଚ୍ଚ ହୋଥିଲେ ମଧ୍ୟ ଗ୍ରାମବାସୀ ପାଇଁ ଭାଇ ରାସ୍ତା ଖଣ୍ଡିଏ ନଥିବା ଦୁର୍ଭାଗ୍ୟ ଜନକ। ପ୍ରତି ବର୍ଷ ପୁରୁଣାଭଟା ରୁ ଡିକେଡିଏ ଓ ଡିକେଡିଏ ରାସ୍ତାରୁ ପୁରୁଣା ଭଟା ବୋଲି ବ୍ଲକ, ପଞ୍ଚାୟତ, ଆଇଟିଡିଏ ଏମଏଲ ଏ ହାତ ପାଣ୍ଠି, ମନରେଗା ସହ ଅନେକ ଯୋଜନାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଆଜିଯାଏ ଭଲ ପକା ରାସ୍ତାଟିଏ ହୋଇ ପରିନଥିବାରୁ ଲୋକେ ବର୍ଷା କଣ ନିତିଦିନ ଦୁର୍ଦସା ଭଗୁଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ରାସ୍ତାମରାମତି କାର୍ଯ୍ୟ କରାଯାଉଥିଲେ ମଧ୍ୟ ଅଧିକ ଦିନ ଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଏହି ରାସ୍ତା ରେ ଲୋକେ ଚାଲିବା କଷ୍ଟକର ହୋଇ ପଡୁଛି। ଏଣୁ ବ୍ଲକ ପ୍ରସାସନ ଦୃଷ୍ଟି ଦେଇ ରାସ୍ତା ମରାମିତି କରିବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ