ପୁରାତନ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହା ମ୍ୟାଟ୍ରିକ ବ୍ୟାଚ ର ୬ଷ୍ଠ ତମ ସପରିବାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁରସ୍ଥିତ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ସ୍ଫଟିକଲିଙ୍ଗ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପୁରାତନ  ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଉପସ୍ଥିତ ଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ପୁରାତନ ଛାତ୍ର ପ୍ରଶାନ୍ତ କୁମାର ଦାଶ ଓ ଅଭିମନ୍ୟୁ ଜାନି ସ୍ଵାଗତ ଅଭିଭାଷଣ ଦେଇଥିଲେ। ପୁରାତନ ଛାତ୍ର ସ୍ବର୍ଗତ ଅଶୋକ କୁମାର ରଥ ଙ୍କ ବିୟୋଗରେ ତାଙ୍କ ସ୍ମୃତିଚାରଣ କରାଯିବା ସହ ୧ ମିନିଟ ନୀରବ ପ୍ରାର୍ଥନା ପରେ  ତାଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଛାତ୍ର ଜୀବନରେ ଅତୀତର ସ୍ମୃତିକୁ ମନେପକାଇ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିଥିଲେ।  ତୁଷାର କୁମାର ବେହେରା ଓ ସଚିତ୍ର କୁମାର ସାବତ ଙ୍କ ମିଳିତ ସଂଯୋଜନାରେ  ଆୟୋଜିତ ଆଲୋଚନା ସଭାରେ ସିଏଚ. ଦିଲ୍ଲୀପ କୁମାର ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିଲେ । ନିଜ ନିଜ ବୃତ୍ତିଗତ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ  କୈଳାସ ଚନ୍ଦ୍ର ଗୌଡ ଏବଂ ବାଳକୃଷ୍ଣ ଜେନା ଓ ତାଙ୍କ ସହଧର୍ମିଣୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କୁନି କୁନି ଶିଶୁଙ୍କ ଦ୍ବାରା ନୃତ୍ୟ,ଗୀତ ରେ ସମସ୍ତେ ଝୁମିଥିଲେ।  ପୁରାତନ ଛାତ୍ର ବୁଲା ବାଡତ୍ୟା, ସୁଦାମ ବେହେରା ଓ ତପନ ପଣ୍ଡା କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରାଣକୃଷ୍ଣ ବେହେରା, ରବୀନ୍ଦ୍ର ତ୍ରିପାଠୀ, ପି. ଚିଦାନନ୍ଦ ପାତ୍ର, ଡି. ଦଣ୍ଡପାଣି ପାତ୍ର, ଏସ. ସଞ୍ଜିତ ସୁବୁଦ୍ଧି, ବିରଞ୍ଚି ହୋତା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ଏନ. ଘନଶ୍ୟାମ ରେଡ୍ଡୀ ଓ ରାମନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ