ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ
ବେତନଟୀ ( ଉଦିତ କୁମାର ପରିଡା) : ବେତନଟୀ ଥାନା ଅଧୀନ ମଶର୍ଦା ଗ୍ରାମର ଭାରତୀ କାଳନ୍ଦୀ ( ୬୦ ) ମାଶର୍ଦାରେ ଥିବା ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ। ଦୀର୍ଘ ସମୟ ପରେ ଘରକୁ ନଫେରିବାକୁ ପରବାର ଲୋକ ଓ ଗ୍ରାମବାସୀ ବୃଦ୍ଧାଙ୍କୁ ପୋଖରୀ ରୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ ହେବ ବୋଲି ଜଣା ପଡିଛି। ବେତନଟୀ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି