ଲୁଗାରେ ନିଆଁ ଲାଗି ବୃଦ୍ଧ ଗୁରୁତର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ଉମ୍ଭେଇରେ ନିଆଁରେ ଶାଢ଼ୀ ଲାଗି ବୃଦ୍ଧଗୁରୁତର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇ ଥିବା ଦେଖିବାକୁ ମିଳିଛି। ଗଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ବିରିଡା ଗ୍ରାମର ଆଦିବାସୀ ବୃଦ୍ଧ ମିନା ତିଆକା (୬୦) ଉମ୍ଭେଇରେ ନିଆଁରେ ଲୁଗାରେ ଲଗୁରୁତର ହୋଇଛି। କିଛି ଦିନ ହେବ ଥଣ୍ଡା ହେଉଥିବା ଯୋଗୁଁ ଆଦିବାସୀ ଅଞ୍ଚଳରେ ଲୋକ ମାନେ ଉମ୍ଭେଇରେ ନିଆଁ ଲଗାଇ ଖଟ ତଳେ ରଖି ଶୋଇରହୁ ଥିଲେ। ସେହି ପରି ମିନା ତିଆକା ମଧ୍ୟ ଉମ୍ଭେଇରେ ନିଆଁ ଲଗାଇ ସୋଇଥିଲେ। ତାହା ଶାଢ଼ୀରେ ନିଆଁ ଲାଗି ପିଠି ପୋଡି ଯାଇଥିଲା। ଯେତେବେଳେ ପିଠି ଲାଗିଲା ସେତେ ବେଳେ ପାଟି କରିବାରୁ ପରିବାର ଲୋକେ ଆସି ନିଆଁକୁ ଲିଭାଇ ବୃଦ୍ଧକୁ ଉଦ୍ଧାର କରି ରୋଗୀବୁହା ଗାଡ଼ିରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହିଠାରେ ଡକ୍ଟର ପ୍ରାଥମିକ ଚିକିତ୍ସା କରି ଥିଲେ। ଡାକ୍ତର ଙ୍କୁ ପଚାରିବାରୁ ତାଙ୍କର କିଛି ଅଂଶ ପିଠି ପଡିଛି, ଏହି ଠାରେ ଚିକିତ୍ସା କରାଯିବ ଓ ଏଠାରେ ଚିକିତ୍ସା କରାଯିବ ବୋଲି କହିଥିଲେ।


