ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା (ୱାଇଏନ୍ଏସ୍) ଆସିକା ହରିହର ହାଇସ୍କୁଲର ୧୯୭୯ ବ୍ୟାଚର ବହୁ ବାଲ୍ୟ ବନ୍ଧୁ ମିଳିତ ହୋଇ ସେମାନଙ୍କର ପୁରୁଣା ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି। ଆସିକା ହରିହର ହାଇସ୍କୁଲରେ ୧୯୭୯ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଅଶୋକ କୁମାର ଦାଶ, ବିଜୟ ରଥ, ରବି ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ହୃଷିକେଶ ନାୟକ, ଗୁପ୍ତ ଚନ୍ଦ୍ର ବେହେରା, ସନ୍ତୋଷ ଚୌଧୁରୀ, ଆଦିନାରାୟଣ ଗୁପ୍ତା, ପ୍ରକାଶ ନାହାକ, ଅଟଳ ବିହାରୀ କର, ମଙ୍ଗୁଳୁ ନାହାକ, ସିମାଂଚଳ ଦାଶ, ପି.ରାମୁ ଆଚାରୀ, ଜଗାନାଇକୁଲୁ ଆଚାରୀ, ଗିରିଜା ଦାଶ, ଦିବାକର ପାତ୍ର, ମିହିର ପଟ୍ଟନାୟକ, ପ୍ରଦୀପ କୁମାର ନାୟକ, ରାଘବ ପାତ୍ର, ରଘୁନାଥ ବେହେରା, ରାଜେଶ୍ୱର ମହାରଣା, ରାଜେନ୍ଦ୍ର କୁମାର ପାତ୍ର, ଅମ୍ବିକା ନାଥ ପାତ୍ର, ଉମାଚରଣ ପାତ୍ରଙ୍କ ସମେତ ବହୁ ଛାତ୍ର ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୀର୍ଘ ୪୬ବର୍ଷ ପରେ ୧୯୭୯ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୭୯ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା। ହରିହର ହାଇସ୍କୁଲରେ ଶିକ୍ଷାଜୀବନ କଟାଇଥିବା ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ୧୯୭୯ ବ୍ୟାଚର ପୁରାତନ ଛାତ୍ରମାନେ ସେମାନଙ୍କର ପରଲୋକାଗତ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ସେହି ବ୍ୟାଚ୍ର ଛାତ୍ରଛାତ୍ରୀ ମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ୧୯୭୯ ବ୍ୟାଚ୍ର ପୁରାତନ ଛାତ୍ର ମାନେ ନିଜନିଜର ପାରିବାରିକ ସ୍ଥିତି, କର୍ମକ୍ଷେତ୍ରର ଅନୁଭୁତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା।


