ଧରଣୀଧର ବିଶ୍ଵବିଦ୍ୟାଳୟରେ ପୁରାତନ ଛାତ୍ର ବୈଠକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଧରଣୀଧର ବିଶ୍ୱବିଦ୍ୟାଳୟ ର କମ୍ପ୍ୟୁଟର ସାଇନ୍ସ ସଭା ଗୃହ ଠାରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ଏକ ବୈଠକ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଶ୍ଵବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ପ୍ରଫେସର ପ୍ରତାପ କୁମାର ମହାନ୍ତି ପୁରାତନ ଛାତ୍ରସଂସଦ ଗଠନ ସମ୍ପର୍କରେ ମତ ରଖି ତାହା କିପରି ଗଠନ ହେବ ତାର ବିଶଦ ଆଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ପୁରାତନ ଛାତ୍ର ଛାତ୍ରୀ ମାନେହି ଅନୁଷ୍ଠାନ ର ଉନ୍ନତି କରିପାରିବେ। ଏଣୁ ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରି ତାକୁ ସୋସାଇଟୀ ଆକ୍ଟ ରେ ରେଜିଷ୍ଟ୍ରେସନ୍ କରିବାକୁ ମତ ପ୍ରକାଶ ପାଇଥିଲା। ପ୍ରଥମେ ଏକ ଡ୍ରାଫ୍ଟ କମିଟି ଗଠନ ହେଲା ଯାହାର ସଦସ୍ୟ ରହିଲେ ୧- ଶ୍ରୀ ଅଶ୍ଵିନୀ କୁମାର ପଟ୍ଟନାୟକ ୨- ଶ୍ରୀ ରାମ ନାରାୟଣ ଦ୍ବିବେଦୀ ୩- ଶ୍ରୀ ଯୋଗେନ୍ଦ୍ର ସାହୁ ୪- ଶ୍ରୀ ସୁବାଷ ଚନ୍ଦ୍ର ଜେନା ଓ ୫- ଡ଼କ୍ଟର ବିରଜା ପ୍ରସାଦ ଦାସ କନଭେନର। ପ୍ରତ୍ୟେକ ବ୍ୟାଚ ର ପିଲା ମାନଙ୍କୁ କିପରି ଏଥିରେ ଯୋଡାଯାଇ ପାରିବ ସେଥି ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଥିଲା। କାର୍ଯ୍ୟ କୁ ତ୍ୱରାନ୍ୱିତି କରିବା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଗଲା। ଏଥିରେ ସଦସ୍ୟ ରହିଲେ ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, ଶ୍ରୀ ଆଲୋକ ମିଶ୍ର, ଶ୍ରୀମତୀ ସେବତୀ ସିଂହ, ଶ୍ରୀ ଜ୍ଞାନ ରଞ୍ଜନ ମିଶ୍ର,ଶ୍ରୀମତୀ ନିକୁ ସାହୁ, ଡ଼କ୍ଟର ଅରୁଣ ସାହୁ,ଶ୍ରୀ ଶୁଭମ୍ ରାଜ, ଶ୍ରୀ ଦେବରାଜ ଆଚାର୍ଯ୍ୟ, ଶ୍ରୀଆଶିଷ ଆଚାର୍ଯ୍ୟ, ଶ୍ରୀ ପ୍ରିୟବ୍ରତ ଜେନା,ଶ୍ରୀ ସନ୍ଦୀପ ପଟ୍ଟନାଏକ ,ଶ୍ରୀ କୃଷ୍ଣ ଚନ୍ଦ୍ର ମହାନ୍ତି, ,ଡ଼କ୍ଟର ଶଶିକାନ୍ତ ଜେନା କନଭେନର । ସଭା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ଡ଼କ୍ଟର ସୁମନ୍ତ୍ର ନାଏକ।