କାନ୍ଥ ଭୁଷୁଡ଼ି ବୃଦ୍ଧା ମୃତ

ନବରଙ୍ଗପୁର(ୱାଇଏନଏସ):କାନ୍ଥ ଭୂଷୁଡ଼ି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ସଲପା ଗାଁର ଯମୁନା ବିଷୋୟୀ । ଯମୁନା ବିଷୋୟୀ ନିଜ ଘରେ କାମକରୁଥିବା ବେଳେ ତାଙ୍କ ଉପରେ ହଠାତ ଘରର କାନ୍ଥ ଭୁଷୁଡ଼ି ପଡ଼ିଥିଲା । ଯମୁନା କିଛି ବୁଝିବା ଆଗରୁ କାନ୍ଥ ତଳେ ଚାପି ହେଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯମୁନାଙ୍କ ସ୍ୱାମୀ ପୂର୍ବରୁ ମୃତ୍ୟୁବରଣ କରିଥିବାବେଳେ ଦୁଇ ଝିଅ ବିବାହ କରିସାରିଛନ୍ତି । ତେବେ ମୃତ ଯମୁନାଙ୍କର ଇନ୍ଦିରା ଆବାସଘର ରହିଥିଲେ ମଧ୍ୟ ସେ ସେହି ଇନ୍ଦିରା ଆବାସ ଘରେ ନ ରହି ଏହି ପରିତ୍ୟକ୍ତ ଘରେ ରହୁଥିଲେ । ଯାହା ଆଜି ଯମୁନାଙ୍କ ଉପରେ ଭୁଶୁଡ଼ିପଡିଥିଲା ଓ ତାଙ୍କ ମୃତ୍ୟୁ ର କାରଣ ସାଜିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ