ଓମ୍‌ସାର ଆନ୍ଦୋଳନ ଜାରି: ଦ୍ଵିତୀୟ ଦିନରେ ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ, ରୋଗୀ ହନ୍ତସନ୍ତ

ଛତ୍ରପୁର, (ଓ୍ବାଇଏନଏସ):  ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ସୁରକ୍ଷା, ମୂଳ ଦରମା ବୃଦ୍ଧି ଭଳି ଅନ୍ୟାନ୍ୟ  ଦାବି ପାଇଁ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)। ଶୁକ୍ରବାର ଠାରୁ ୧ ଘଣ୍ଟା ଆଉଟ୍‌ଡୋର (ବହିର୍ବିଭାଗ) ରୋଗୀସେବା ବନ୍ଦ କରଯାଇଛି। ଏହାକୁ ସମର୍ଥନ ଜଣାଇ  ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡ ଚିକତ୍ସାଳୟ   ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମାନେ ମଧ୍ୟ ସାମିଲ ହୋଇଛନ୍ତି l ଆନ୍ଦୋଳନ ର ଦ୍ଵିତୀୟ ଦିନ ରେ ଉପଖଣ୍ଡ ଚିକିତ୍ସାଳୟରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ବହିର୍ବିଭାଗ ରୋଗୀସେବା ବନ୍ଦ ରହିଥିଲା। ଯାହାଫଳ ରେ ରୋଗୀ ମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି l ରୋଗୀମାନେ ଲମ୍ବା ଧାଡିରେ ଜଗି ରହିଥିବା ବେଳେ ଡାକ୍ତର ମାନେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି l  ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସହିତ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ର ଲୋକ ମାନେ ନିର୍ଭର କରୁଥିବା ବେଳେ ଏପରି ସମସ୍ୟା ଯୋଗୁଁ  ବହୁତ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ସରକାର ଡାକ୍ତରଙ୍କ ଦାବୀ ଗୁଡିକ ଯଥା ପୂରଣ କରିବା ସହିତ ରୋଗୀଙ୍କୁ ଉଚିତ ସେବା ଯୋଗାଇବା ନିମନ୍ତେ ସାଧାରଣରେ ଦାବୀ ହୋଇଛି l  ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏହିପରି ପ୍ରତ୍ୟେକ ଦିନ ୧ ଘଣ୍ଟା ସେବା ବନ୍ଦ ରହିବ ବୋଲି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଭାରପ୍ରାପ୍ତ ଅଧୀକ୍ଷିକ ଡାକ୍ତର ସୁଦର୍ଶନ ସାହୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ