୨୧ରେ ଉତ୍କଳମଣି ଶିଶୁ ସାହିତ୍ୟ ସମିତି ପକ୍ଷରୁ ଆମ ଗାଆଁ ଆମ ପ୍ରତିଭା ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) ଉତ୍କଳମଣି ଶିଶୁ ସାହିତ୍ୟ ସମିତି ପକ୍ଷରୁ ଗାଁରେ ସାହିତ୍ୟ ଓ ଆମ ଗାଆଁ ଆମ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୨୧ ତାରିଖ ଶନିବାର ଦିନ ଶଂଖୋ ଧବଳେଶ୍ୱର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେବ। ଏଥିପାଇଁ ଛେନାପଦିଛକ ସ୍ଥିତ ବିଶ୍ୱ ତାରିଣୀ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅନ୍ତର୍ଯ୍ୟାମୀ ରାଉତ, ସୁଦାମ ଚରଣ ଜେନା, ସୁରେନ୍ଦ୍ର ପରିଡା, ନାରାୟଣ ସାହୁ, ଅନନ୍ତ ମୁଦୁଲି, ମୁରଲୀଧର ବେହେରା, ଚତୁର୍ଭୁଜ ପହି, ବିଦ୍ୟୁତ ପ୍ରଭା ଦେଓ, ଚତୁର୍ଭୁଜ ଜେନା, କିଶୋର ଆଚାର୍ଯ୍ୟ, ଚିନ୍ତାମଣି ଦାସ ପ୍ରମୁଖ ଯୋଗଦେଇ ଆମ ଗାଆଁ ଆମ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ସମ୍ପର୍କରେ ଚୂଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ଏହି ଉତ୍ସବର ପ୍ରଥମ ଅଧିବେଶନରେ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ଶ୍ରୀଯୁକ୍ତ କୀର୍ତନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେବାର ଥିବାବେଳେ କବି କବୟିତ୍ରୀ ମାନେ କବିତା ପାଠର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଅଧିବେଶନରେ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ସୁନା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଅଧ୍ଯକ୍ଷ ଡ. ନାରାୟଣ ସେନାପତି, ଆନନ୍ଦପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ଯକ୍ଷ ରମାକାନ୍ତ ନାୟକ, କବି ଡ଼. ଅଶୋକ କୁମାର ପୁହାଣ, ସାହିତ୍ୟିକ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅନେକ ସାହିତ୍ୟିକ ଓ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ହାଟଡ଼ିହି ବ୍ଳକ ମିଳିତ ସାହିତ୍ୟ ମଞ୍ଚ ପକ୍ଷରୁ ରତ୍ନାକର ଦାସଙ୍କ ସମ୍ମାନାର୍ଥେ “ଅଭିନନ୍ଦନ ଗ୍ରନ୍ଥ” ଲୋକାର୍ପଣ କରାଯିବ। ଏଥିରେ ଅନେକ କବି ଓ ଲେଖକଙ୍କ ପୁସ୍ତକ ଉନ୍ମୋଚନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା।


