ଦିବ୍ୟ ଜୀବନ ସଂଘ ଶାଖା ପକ୍ଷରୁ ଏକଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ

ଆସିକା  (ୱାଇଏନ୍‍ଏସ୍‍) :ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ଆଧ୍ୟାତ୍ମିକବାଣୀର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରତିଷ୍ଠିତ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ତାଙ୍କର ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆତ୍ମଜିବନୀ, ଉପଦେଶ ଓ ଆଧ୍ୟାତ୍ମିକ ବାର୍ତ୍ତାର ସନ୍ଦେଶ ପ୍ରଦାନ ଲକ୍ଷ୍ୟରେ ଆସିକା ଦିବ୍ୟଜିଲ୍ଲା ଆନୁକୂଲ୍ୟରେ ବାଲିଛାଇ ଗ୍ରାମସ୍ଥିତ ଦିବ୍ୟ ଜୀବନ ସଂଘ ଶାଖା ପକ୍ଷରୁ ରବିବାର ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ଭଜନ କିର୍ତ୍ତନ, ଗୁରୁ ପାଦୁକା ପୂଜା, ଜଳଯୋଗ, ଭଜନକୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ ଓ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଛାଇ ଦିବ୍ୟଜୀବନ ସଂଘ ଶାଖାର ସଭାପତି ସୁରେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତା ଓ ସଂପାଦକ ରବିନାରାୟଣ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଏକଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘର ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରି ସଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନୀ, ବାଣୀ, ଆଦର୍ଶ, ଉପଦେଶ ଓ ଆଧ୍ୟାତ୍ମିକ ପଥ ଉପରେ ଆଲୋକପାତ କରି ସେବା, ପ୍ରେମ, ଦାନ, ଧ୍ୟାନ, ପବିତ୍ରତା ମାଧ୍ୟମରେ ସ୍ୱାମୀ ଶିବାନନ୍ଦଙ୍କ ବାଣୀଙ୍କୁ ଭକ୍ତମାନେ ଦୈନନ୍ଦିନ ଜୀବନରେ ପାଳନ କରିବା ସହ ଦୁଃଖୀ, ଗରିବଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସନ୍ଥ ପୂଜ୍ୟଶ୍ରୀ ସ୍ୱାମୀ ଉମାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ଓ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ, ବାଲିଛାଇ ଦିବ୍ୟଜୀବନ ସଂଘ ଶାଖାର ସଂଗଠକ ସଂଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ସଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏକ ସ୍‌ୁସ୍ଥ ସମାଜ ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ। ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟ ଜିଲ୍ଲା ଆନୁକୁଲ୍ୟରେ ବାଲିଛାଇ ଦିବ୍ୟଜୀବନ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀରେ ଭେଟନଇ, ମଣ୍ଟାପଡା, ଖଣ୍ଡବନ୍ଧ, ବାବନପୁର, କବିସୂର୍ଯ୍ୟନଗର, ମୁଣ୍ଡମରାଇ, ବାଲିଛାଇ, ଷୋଳଷଳା, ବୁଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଏହି ଏକ ଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀରେ ଉଦ୍‍ଘାଟକ ରୂପେ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ଆଧ୍ୟାତ୍ମିକ ବାର୍ତ୍ତା ଦ୍ୱାରା ସମାଜର ଓ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନୁଷ୍ୟର ପରିବର୍ତ୍ତନ ସମ୍ଭବ । ପରିବର୍ତ୍ତନ ହେଉଛି ସମଗ୍ର ସୃଷ୍ଟିର ନିୟମ । ରାତି ପରେ ଦିନ ଏବଂ ଦିନପରେ ରାତି, ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଏହା ହେଉଛି ସଂସାରର ନିୟମ । ତେଣୁ ଜଗଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଯେଉଁ ଉପଦେଶ ଓ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି ତାହାକୁ ଯୁବପିଢୀ ଓ ସଚେତନ ନାଗରିକ ମାନେ ପାଳନ କରିବାକୁ ଆହ୍ୱାନ କରିବା ସହ ଶାରୀରିକ ସୁଦ୍ଧତା, ମାନସିକ ବିକାଶ ଓ ଆତ୍ମୋନ୍ନତି ଲାଭ କରିବା ସଙ୍ଗେ ସଙ୍ଗେ ସତ୍ୟବ୍ରତୀ, ସଦାଚାରୀ ଓ ପରୋପକାରୀ ନାଗରିକ ହୋଇ ସମାଜର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଆଧ୍ୟାତ୍ମିକ ସମ୍ମିଳନୀକୁ ସୁପରିଚାଳନା କରିବା ଦିଗରେ ବାଲିଛାଇ ଦିବ୍ୟଜୀବନ ସଂଘ ଶାଖାର ସଭାପତି ସୁରେଶ ଚନ୍ଦ୍ର ପାତ୍ର, ସଂପାଦକ ରବିନାରାୟଣ ପାତ୍ର, ସଂଗଠକ ସଂଜୟ କୁମାର ସାହୁ, ଆଧ୍ୟାତ୍ମିକପ୍ରେମୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଖଦାଳୀ ନାହାକ, ବିକ୍ରାନ୍ତ ନାହାକ, ଲକ୍ଷ୍ମୀନାରାୟଣ ନାୟକ, ନାରାୟଣ ସାହୁ, ନାରାୟଣ ବିଶ୍ୱାଳ, ବି.ନାରାୟଣ ଦୋରା, ପି.ନାଗେଶ୍ୱର ପାତ୍ର, ତ୍ରିନାଥ ପାତ୍ର, ସୀତାରାମ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା, ଆଧ୍ୟାତ୍ମିକପ୍ରେମୀ, ଶ୍ରଦ୍ଧାଳୁଭକ୍ତ ମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ