ଟାଟା ପାୱାର ପାଚେରୀ ଭୁଶୁଡ଼ି ଜଣେ ମୃତ

ବାଲେଶ୍ୱର (ସରୋଜ ପଣ୍ଡା): ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବାଲେଶ୍ଵର ସହରର ଗୁଡ଼ିପଦା ସ୍ଥିତ ଟାଟା ପାୱାର ଷ୍ଟୋର ପାଚେରୀ। ପାଚେରୀ ଭୁଶୁଡ଼ିବାରୁ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। ତାତିଲେ ଗୁଡିପଦା ବସ୍ତି ।ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଶବକୁ ଏସ ସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତି ପୂରଣ ଦାବି କଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।ଖବର ପାଇ ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ,ସଦର ବିଧାୟକ ମାନସ କୁମାର ଦତ୍ତ,ପୌର ଅଧ୍ୟକ୍ଷା ସବିତା ସାହୁ ପହଞ୍ଚି ମୃତ ପରିବାରକୁ ଶାନ୍ତ୍ବନା ଦେବା ସହ ଟାଟା ପାୱାର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି କ୍ଷତି ପୂରଣ ବାବଦରେ ମୃତକଙ୍କ ପରିବାରକୁ 7 ଲକ୍ଷ ଟଙ୍କା ପ୍ରଦାନ ଓ ମୃତକଙ୍କ ସ୍ତ୍ରୀ ଙ୍କୁ ଚାକିରି ଦେବାର ପ୍ରତିଶୃତି ପରେ ପରିସ୍ଥିତି ଶାନ୍ତ ପଡିଥିଲା।*

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ