ବିଦ୍ୟୁତ ଆଘାତରେ ଜଣେ ମୃତ

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ସୋସୋ ଥାନା ଅଧୀନସ୍ଥ ବେରୁଣ ପଦି ଗ୍ରାମରେ ଘଟିଛି ଏକ ଅଘଟଣ। ବାଉଁଶ କଣି ନେଇ ଯାଉଥିବା ବେଳେ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ଖବର lରୁ ଜଣାଯାଇଛି ଯେ ଗ୍ରାମର ମଣି ଚରଣ ଜେନା (୬୦) ଆଜି ଅପରାହ୍ନରେ ନିଜ ବାଡ଼ିରୁ ବାଉଁଶ କଣି ନେଇ ଯାଉଥିବା ବେଳେ ରାସ୍ତା ଉପରେ ବହୁ କମ ଉଚ୍ଚରେ ଯାଇଥବା ଏଲ ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଗାଁ ର ସବୁ ସ୍ଥାନରେ ତାର ଉଚ୍ଚରେ ଥିବା ବେଳେ କେବଳ ଏହି ସ୍ଥାନରେ କିଛି ଲୋକ ହୁକ ପକାଇବାକୁ ବିଦ୍ୟୁତ ତାରକୁ ବହୁ ତଳେ ରଖିଥିବା ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ପାଇଁ ଆଜି ଜଣେ ନିରୀହ ଜୀବନ ଚାଲିଗଲା ବୋଲି କିଛି ଗ୍ରାମବାସୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ