ପିକ୍ଅପ୍ ଧକ୍କାରେ ଜଣେ ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ମୁଖ୍ୟରାସ୍ତା ରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଏକ ପିକ୍ଅପ୍ ଭ୍ୟାନ ନଂ. (ଓଡି୩୩ ଏସି ୧୦୮୩) ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ଦିଗପହଣ୍ଡି ୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ସାହାଣୀ ସାହି ବାସିନ୍ଦା ଦଣ୍ଡାସି ଦାସ। ସେ ସାଇକେଲରେ ବସଷ୍ଟାଣ୍ଡକୁ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ପିକ୍ଅପ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଓ ସମ୍ପର୍କୀୟ ଲୋକଙ୍କ କାନ୍ଦ ବୋବାଳି ରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଫାଟି ପଡିଥିଲା। ମୃତ ଦଣ୍ଡାସିଙ୍କ ପୁଅ ପାଣ ଦାସଙ୍କ ଅଭିଯୋଗ ଭିତ୍ତିରେ ଦିଗପହଣ୍ଡି ପୋଲିସ କେସ ନଂ. ୩୯୦/୨୫ ପ୍ରକାରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରିବା ସହ ମୃତଦେହକୁ ମଧ୍ୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିଲେ। ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଅପରାହ୍ନ ରେ ଗାଁ ଶ୍ମଶାନରେ  ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ