ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
କଲ୍ୟାଣସିଂହପୁର-(ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୁବକର ମୃତ ଦେହ ଥିବା ଦେଖିବାକୁ ମିଳିଛି। ଖବର ନେବାରୁ ଜଣାପଡିଲା ଯେ ଗତକାଲି କାଶିପୁର ବ୍ଲକର ମାଣ୍ଡିବିଶି ପଞ୍ଚାୟତର ଭିତରସରା ଗ୍ରାମର ରାମ ମାଝୀ (୫୦) ପ୍ରାୟ ଦୁଇ କିମି ଦୂରତା ବର୍ତ୍ତିବାଲି ଗ୍ରାମକୁ ଯାଇ ସନ୍ଧ୍ୟାରେ ନିଜ ଘରକୁ ଫେରୁଥିବା ବେଳେ ପଛ ପାର୍ଶ୍ୱରୁ ଗୋଡ଼ିବାଲି ପଞ୍ଚାୟତ ର କଞ୍ଜାମଯୋଡି ଗ୍ରାମର ତ୍ରିନାଥ ନାୟକ (୩୫) ଏକ ବାଇକରେ ଆସି ଧକ୍କା ଦେଇଥିଲେ । ଉଭୟ ଘଟଣା ସ୍ଥଳରେ ପଡି ଛଟପଟ ହେଉଥିବା କିଛି ଲୋକ ଦେଖି ଉଭୟ ଗ୍ରାମର ପରିବାରକୁ ଯୋଗାଯୋଗ କରିଥିଲେ। ଭିତରସରା ଗ୍ରାମର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରି ଏକ ଗାଡ଼ିରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ବେଳେ ରାମ ମାଝୀ ଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ଉଭୟକୁ ରାତ୍ର ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିଲେ । ଏଠାରେ ରାମ ମାଝୀ ଙ୍କୁ ମୃତ ଘୋଷଣା କରିଥିବା ବେଳେ ବାଇକ ଆରୋହୀ ତ୍ରିନାଥ ନାୟକ ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିବା ଡାକ୍ତର କହିଛନ୍ତି। ଉକ୍ତ ଖବର କାଶୀପୁର ଥାନା ଏସଆଇ ସଦାନନ୍ଦ ପ୍ରଧାନ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାର ତଦନ୍ତ କରୁଥିବା କହିଥିଲେ।