ବଜ୍ରାଘାତରେ ଜଣେ ମୃତ, ତିନି ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ଦୁଇଟା ସମୟରେ ଦିଗପହଣ୍ଡି ତହସିଲ ଅଧିନ ଉତ୍ତା ଅନଙ୍ଗପୁର ମୌଜାର ଢିଅପଡା ନିକଟରେ ବଜ୍ରାଘାତ ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଶିବ ପାଇକ (୫୫) ଏବଂ ଗୁରୁତର ମାନେ ହେଲେ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବାତରଡା ପଲ୍ଲୀ ଗ୍ରାମର ଗଣପତି ନାଇକ (୬୦), ବେଲପନ୍ଥି ଗ୍ରାମର ବିଜୟ ଗୌଡ(୬୦) ଏବଂ ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଅନ୍ତର୍ଗତ ଖଇରପଙ୍କ ଗ୍ରାମର ଦିଲୁ କନିଆରି (୫୦)।ମୃତାହତ ବ୍ଯକ୍ତି ମାନେ ଛେଳି ଚରାଇବାକୁ ଯାଇ ଗଛମୂଳେ ବସିଥିବା ବେଳେ ହଠାତ ବଜ୍ରାଘାତର ଶୀକାର ହୋଇଥିଲେ।ପରେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଉପସ୍ଥିତ ଡାକ୍ତର ଶିବଙ୍କୁ ମୃତ ଘୋଷଣା କରିଥିଲେ। କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସଆଇ ଜଗବନ୍ଧୁ ବାର୍ଲା ଙ୍କ ଉପସ୍ଥିତିରେ ମୃତକଙ୍କ ଶବ ବ୍ଯବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯିବା ସହ ଅନ୍ୟ ଗୁରୁତର ମାନଙ୍କୁ ମଧ୍ୟ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ସୂଚନା ପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଦେଖାଳି ରାଜସ୍ବ ନିରୀକ୍ଷକ ବିଘ୍ନେଶ୍ବର ଆଚାର୍ଯ୍ୟଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସରପଞ୍ଚ ତପନ କୁମାର ପ୍ରଧାନ ବମକୋଇ ମେଡିକାଲରେ ପହଞ୍ଚି ଆହତ ମାନଙ୍କ  ଚିକିତ୍ସା ବ୍ଯବସ୍ଥା ତଦାରଖ କରିବା ସହ ଘଟଣାର ସବିଶେଷ ରିପୋର୍ଟ ଗଞ୍ଜାମ ଜିଲ୍ଲାପାଳଙ୍କୁ ପଠାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ