ହାଟଡିହିରେ ଏକ ନେସନ ଏକ ନିର୍ବାଚନ କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ହାଟଡିହି କଲେଜ ପରିସରରେ ଏକ ନେସନ ଏକ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋ ଭାରତର ବ୍ଲକ ସଂଯୋଜକ ରୁଦ୍ର ପ୍ରସାଦ ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଅଜୟ କୁମାର ଦାଶ, ବିଶ୍ୱ ରଞ୍ଜନ ଜେନା, ଗୌରାଙ୍ଗ ଚରଣ ନାୟକ, ପୁର୍ଣ୍ଣ ଚନ୍ଦ୍ର ବେହେରା, ସୁଶାନ୍ତ ଜେନା ପ୍ରମୁଖ ଯୋଗଦେଇ ଏକ ଦେଶ ଏକ ନିର୍ବାଚନର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ। ଏହି ଅବସରରେ ଏକ ଦେଶ ଏକ ନିର୍ବାଚନ ସପକ୍ଷରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ସମର୍ଥନ କରିବା ସହ ଗ୍ରାମାଞ୍ଚଳର ଲୋକ ମାନଙ୍କୁ ଏନେଇ ସଚେତନ କରିବାକୁ ନିଷ୍ପତି ନେଇଥିଲେ। ଅଭିନାଶ ସେଠୀ, ଚିନ୍ମୟ ଯେନା, ତ୍ରିନାଥ ଯେନା, ଚିତ ରଞ୍ଜନ ବେହେରା, ମନୋଜ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


