ବୋଟିଂ ବେଳେ ବୋଟ ବୁଡି ଯିବା ଯୋଗୁଁ ଜଣେ ନିଖୋଜ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଲାବନ୍ୟଗଡ଼ ପଞ୍ଚାୟତର ରାଧାସାଗରରେ 4 ଜଣ ଯୁବକ ବୋଟିଂ କରୁଥିବା ବେଳେ ହଟାତ ବୋଟଟି ବୁଡି ଯିବା ଯୋଗୁଁ ଜଣେ ଯୁବକ ନିଖୋଜ ଅଛନ୍ତି. ସୂଚନାମୁତାବକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ବଡ଼ହଂସା ଗ୍ରାମର 4 ଜଣ ଯୁବକ ରାଧାସାଗରେ ବୋଟିଂ କରୁଥିବା ସମୟରେ ବୋଟଟି କୌଣସି କାରଣରୁ ରାଧା ସାଗରରେ ବୁଡି ଯାଇଥିଲା. ବୋଟରେ ଥିବା 4 ଜଣଙ୍କ ମଧରୁ 3 ଯୁବକ ପହଁରା ଜାଣିଥିବାରୁ ସେମାନେ ସାଗରରେ ପହଁରି କୂଳକୁ ଆସି ଜୀବନ ରକ୍ଷା କରିପାରିଥିଲେ. ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପହଁରା ଜାଣି ନ ଥିବାରୁ ବୁଡି ଯାଇଥିଲେ. ମୃତ ଯୁବକ ଜଣକ ହେଲେ ଲାଣ୍ଡା ରାମାରାଓ (40). ଅଗ୍ନିଶମ ବିଭାଗ ଦ୍ୱାରା ରାଧାସାଗରରେ ଖୋଜାଖୋଜି ଜାରି ରହିଛି. ହେଲେ ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ.